No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) କଳାହାଣ୍ଡି :- ନର୍ଲା ବ୍ଳକ ଅନ୍ତର୍ଗତ ଛତିକୁଡା ଠାରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ଓ ଶାନ୍ତପୁର ସରପଂଚଙ୍କ ନାମରେ ନର୍ଲା ଥାନାରେ ରୁଜ୍ଜୁ ହୋଇଥିବା ମୋକଦ୍ଦମା ପ୍ରତ୍ୟାହାର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଛତିକୁଡା ଠାରେ ଥିବା ବିଦେଶୀ ମଦ ଦୋକାନ ମାଲିକ ସରପଂଚ ଟିକେରାମ ସାହୁଙ୍କ ନାମରେ ଏକ ମାମଲା ଦାୟର କରିଥିଲେ। ଏଥିରେ ସରପଂଚ ଓ ତାଙ୍କ କିଛି ସମର୍ଥକ ମଦ କିଣିବାକୁ ଆସି ଦୋକାନ ଭିତରେ ପଶି ଦୋକାନ ମାଲିକଙ୍କୁ ଗାଲିଗୁଲଜ କରି ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରି ମଦ ଦୋକାନରୁ ୧ ଲକ୍ଷ ୭୫ ହଜାର ଟଙ୍କା ନେଇ ଯିବା ଅଭିଯୋଗ ସହ ସିସି ଟିଭି ଫୁଟେଜ ଥାନାରେ ଦେଇଥିଲେ ।
ଏହାକୁ ସଂପୂର୍ଣ୍ଣ ମିଥ୍ୟା କହି ବିକ୍ଷୋଭକାରୀ ମାନେ ମଦ ଦୋକାନ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତିଙ୍କ ନେତୃତ୍ବରେ ବିକ୍ଷୋଭକାରୀମାନେ ଏକ ଶୋଭାଯାତ୍ରାରେ ବାହାରି ନର୍ଲା ଥାନାରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ତହସିଲ ସାହୁ, ଗାୟତ୍ରୀ ରଣା, ସରପଞ୍ଚ ମିଲି ସାହୁ ଓ ସେବାକାରୀ କିନ୍ନର ସଂଘ ସଭାପତି କାମିନୀ କିନ୍ନର, ପାୟଲ କିନ୍ନର ସହ ଶତାଧିକ ଜନସାଧାରଣ ଯୋଗ ଦେଇ ସରପଞ୍ଚଙ୍କ ନାମରେ ମିଥ୍ୟା ମକଦ୍ଦମା ପ୍ରତ୍ୟାହାର କରାଯାଉ ବୋଲି ନାରାବାଜି ଦେଇଥିଲେ। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result