No Result
View All Result
ନୟାଗଡ ଜିଲ୍ଲା ବିଜେଡ଼ି କମିଟି କୁ ନୂଆଗାଁ ବ୍ଲକ୍ ରୁ ଦିଲ୍ଲୀପ,ବିଜୁ, ସଞ୍ଜୟ ଓ ଅନ୍ତର୍ଯ୍ୟାମୀ ମନୋନୀତ
ଓଡ଼ିଶା ତାଜା ନ୍ୟୁଜ୍ (୫ ସେପ୍ଟେମ୍ବର ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ବିଜେଡ଼ି କମିଟି ଘୋଷଣା କରାଯାଇଥିବା ବେଳେ ନୂଆଗାଁ ବ୍ଲକ୍ ରୁ ୪ ଜଣ ମନୋନୀତ ହୋଇଛନ୍ତି । ନୟାଗଡ ଜିଲ୍ଲା ବିଜେଡ଼ି ଉପ ସଭାପତି ଭାବେ ଦିଲ୍ଲୀପ କୁମାର ଦଳ ବେହେରା,ସାଧାରଣ ସମ୍ପାଦକ ଭାବେ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସମ୍ପାଦକ ଭାବେ ବିଜୟ କୁମାର ଶାସମଲ୍,ସାମାଜିକ ଗଣ ମାଧ୍ୟମରେ ସଞ୍ଜୟ କୁମାର ସାହୁ ମନୋନୀତ ହୋଇଛନ୍ତି ।
ନୟାଗଡ ଜିଲ୍ଲା ବିଜେଡ଼ି କମିଟି ରେ ମନୋନୀତ କରାଯାଇଥିବା ରୁ ରାଜ୍ୟ ବିଜେଡ଼ି ସଭାପତି ତଥା ଦଳ ର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ସହିତ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଙ୍କୁ ଦିଲ୍ଲୀପ,ବିଜୁ,ସଞ୍ଜୟ ,ଅନ୍ତର୍ଯ୍ୟମୀ କୃତଜ୍ଞତା ପ୍ରଦାନ କରିଛନ୍ତି । ତତ୍ ସହିତ ତୃଣମୂଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ଦଳକୁ ଅଧିକରୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି କହିଛନ୍ତି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )
No Result
View All Result