No Result
View All Result
ବିଧାନସଭା ଗୃହ ରୁ ବିରୋଧୀ ଦଳର ନେତା ମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା । “ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ଉପରେ ” ପ୍ରସଙ୍ଗ ଉଠାଇ ନାରାବାଜି ଦେଇଥିଲେ ।

ଓଡ଼ିଶା ତାଜା ନ୍ୟୁଜ୍ (୪ ସେପ୍ଟେମ୍ବର ଶନିବାର) ଭୁବନେଶ୍ୱର :- ବିଧାନସଭା ମୌସୁମୀ ଅଧିବେଶନର ଚର୍ତୁର୍ଥ ଦିନ ର ଗୃହ କାର୍ଯ୍ୟ ହୋଇଥିଲା । ଶୁନ୍ୟକାଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ । କେନ୍ଦ୍ରୀ ୟ ଯୋଜନାକୁ ହଡପ କରାଯାଇଛି । ଭୋଟ ବ୍ୟାଙ୍କ ପାଇଁ ନେତା ଓ କର୍ମୀଙ୍କୁ ଗୃହ ବଣ୍ଟା ଯାଇଛି ବୋଲି କହିଥିଲେ ।

ଶ୍ରୀ ମାଝୀ କହିଥିଲେ ଯେ ପ୍ରକୃତ ହିତାଧିକାରୀଙ୍କୁ ଘର ଦିଅ ନ ଯାଇ ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି । କେନ୍ଦ୍ରୀୟ ଟିମ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି । ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ ।

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କହିବା ପାଇଁ ଅଧିକ ସମୟ ମାଗିଲେ ବିରୋଧୀଦଳ ମୁଖ୍ୟ ସଚେତକ । ଶୁନ୍ୟକାଳରେ କହିବାକୁ ଅଧିକ ସମୟ ନଦେବାରୁ ବିରୋଧୀ ବିଜେପି ସଦସ୍ୟ ମାନେ ହୋ ହାଲ୍ଲା କରିଥିଲେ । ଏବଂ ମୁଖ୍ୟ ବିରୋଧୀ ଦଳର ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା କହି ବିଜେପି ସଦସ୍ୟ ମାନେ ଉପନେତା ବିଷ୍ଣୁ ସେଠୀ ଙ୍କ ସହିତ ଗାନ୍ଧୀମୂର୍ତ୍ତ ତଳେ ପ୍ରତିବାଦରେ ବସିଥିଲେ ।

No Result
View All Result