No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ଗୃହରେ ହୋ-ହାଲ୍ଲା କରିଥିଲେ ବିରୋଧୀ । ଉଭୟ କଂଗ୍ରେସ ଓ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗ ନେଇ ଗୃହର ମଧ୍ୟଭାଗକୁ ଆସି ନାରାବାଜି ଦେଇଥିଲେ । ଏଥିରେ ଅସନ୍ତୋଷ ପ୍ରକାଶ କରି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅପରାହ୍ନ ୪ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି :-
ରାଜ୍ୟରେ ମୋଟ ୨୩୬୬ଟି ଅମିନ ପଦବୀ ଥିବାବେଳେ ସେଥିରୁ ୧୧୩୫ଟି ପଦବୀ ଖାଲି ପଡ଼ିଛି । ଆଉ ଏଥିରୁ ୫୩୮ଟି ଅମିନ ପଦବୀ ପୂରଣ ନିମନ୍ତେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ । ବିଧାନସଭାରେ ଏ ସମ୍ପର୍କରେ ଆଗତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି , ଏବେ ରାଜ୍ୟରେ ମୋଟ ୧୧୩୫ଟି ଅମିନ ପଦବୀ ଖାଲି ପଡ଼ିଛି ।
୧୨୩୧ଜଣ ଅମିନ କାର୍ଯ୍ୟରତ ଅଛନ୍ତି । ଖାଲିଥିବା ୧୧୩୫ଟି ଅମିନ ପଦବୀ ମଧ୍ୟରୁ ୫୩୮ଟି ଅମିନ ପଦବୀ ପୂରଣ ପାଇଁ ଓଡ଼ିଶା ସବଅଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା ଖୁବଶୀଘ୍ର ବିଜ୍ଞାପନ ପ୍ରକାଶ ପାଇବାକୁ ଯାଉଛି । ଅବଶିଷ୍ଟ ଖାଲିଥିବା ଅମିନ ପଦବୀଗୁଡ଼ିକୁ ଚୟନ ପ୍ରକ୍ରିୟା ଭିତ୍ତିରେ ପୂରଣ କରିବା ନିମନ୍ତେ କ୍ଷମତାପ୍ରାପ୍ତ କମିଟିର ଅନୁମୋଦନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।
No Result
View All Result