No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର )ପାରଳାଖେମୁଣ୍ଡି :- ଆଜି ଠାରୁ ସପ୍ତାହେ ବ୍ୟାପି ଜିଲ୍ଲା ସ୍ତରରେ ଜାତୀୟ ପୋଷଣ ସପ୍ତାହ ପାଳନ ହେଉଛି। ଏଥି ନିମନ୍ତେ ଆଜି ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପୋଷଣ ଦିବସର ତାତ୍ପର୍ଯ୍ୟ ଉପରେ କହିବା ସହ ଏହାକୁ ଜିଲ୍ଲାରେ ପ୍ରଚାର ପ୍ରସାର କରିବା ପାଇଁ ୩ଟି ରଥର ଶୁଭାରମ୍ଭ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କୌଳାଶ ଚନ୍ଦ୍ରସାମନ୍ତରାୟ, କେଭିକେ ସଂଯୋଜକ ସଂଗ୍ରାମ ପରମଗୁରୁ,
ଅତିରିକ୍ତ କୃଷି ଅଧିକାରୀ ଇରାନ୍ୟାସ ପ୍ରଧାନ, ରା.ଉଦୟଗିରି କୃଷି ଅଧିକାରୀ ଏମ୍. ଶ୍ରୀନିବାସ, ଶୁଭଶ୍ରୀ ପ୍ରିୟଦର୍ଶିନୀ ଏବଂ ମିଲଟ ମିଶନର ସ୍ବରୂପା ନନ୍ଦ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ମିଲଟ ମିଶନ, ମିଶନ ଶକ୍ତି ଏବଂ କୃଷି ବିଭାଗ ଦ୍ଵାରା ପରିଚାଳନା କରାଯାଉଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ରହିଛି କି ମାଣ୍ଡିଆ ଜାତୀୟ ଖାଦ୍ୟ ଯଥା ମାଣ୍ଡିଆ , ଜନା, ଶୁଆଁ, କାଙ୍ଗୁର ଉପକାରୀତା ଏବଂ ସେଥୁରୁ ପ୍ରସ୍ତୁତ ବିସ୍କୁଟ, ଲଡୁ, ଏବଂ ବିଭିନ୍ନ ପ୍ରକାର ଏଥିରୁ ପ୍ରସ୍ତୁତ ଖାଦ୍ୟର ବ୍ୟବହାର ଉପରେ ସଚେତନ କରାଯାଇଥିଲା। (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result