ଗଜପତି ଜିଲ୍ଲାରୁ ହରିଆଣା କୁ ଚୋରାରେ ଗଞ୍ଜେଇ ଚାଲାଣ ବେଳେ ଅଡବା ଥାନା ପୋଲିସର ଚଢ଼ାଉ ; ୩ କୁଇଣ୍ଟlଲ ଗଞ୍ଜେଇ ଜବତ , ୫ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରୁ ହରିଆଣାକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ଚଢାଉ କରି ୩ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛନ୍ତି । ଏଥିରେ ମୋଟ ୫ଜଣକୁ ଗିରଫ କରାଯାଇଛି । ଅଡବା ଥାନା ସୂତ୍ରରୁ ପ୍ରକାଶ ଯେ, ଗତକାଲି ଅଡବା ଥାନାର ପୋଲିସ କର୍ମଚାରୀ  ମାନେ ପେଟ୍ରୋଲିଂ କରୁଥିବା ସମୟରେ ବାଲିବନ୍ଧ ଗ୍ରାମ ନିକଟରେ ଥିବା ନିକଞ୍ଚନ ସ୍ଥାନରେ ଏକ ଟ୍ରକରେ ଗଞ୍ଜେଇ ବସ୍ତା ଲୋଡିଂ ହେଉଥିବାର ଖବର ପାଇଥିଲେ । ଏହି ଖବର ପାଇବା ମାତ୍ରେ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ôଚ ଚଢଉ କରିଥିଲେ । ଚଢଉ ବେଳେ ଏକ ଟାଟା ଟ୍ରକ ଏଚ୍‌ଆର୍ ୫୬ବି ୯୦୦୨ ନମ୍ବର ଓ ଏକ ଏଚ୍‌ଏଫ ଡିଲେକ୍ସ ଓଡି ୨୦ବି ୨୪୮୬ ରହିଥିଲା ।

ଯାଞ୍ଚ କରିବାପରେ ଉକ୍ତ ଟ୍ରକରୁ ୧୫ ଗୋଟି ବଡ ବସ୍ତାରେ ଗଞ୍ଜେଇ ଥିବାର ଦେଖିବାକୁ ପାଇଥିଲେ । ଏହି ଗଞ୍ଜେଇକୁ ଓଜନ କରିବା ପରେ ୩୧୬କେଜି ୬୦୦ଗ୍ରାମ ହୋଇଥିଲା । ଏହି ଗଞ୍ଜେଇକୁ ହରିଆଣା ରାଜ୍ୟକୁ ଚୋରା ଚାଲାଣ କରୁଥିବାର ଅଭିଯୁକ୍ତ ମାନେ ସ୍ୱୀକାର କରିଥିବାର ପୋଲିସ କହିଛି । ଏନେଇ ଅଡବା ଥାନାରେ ୯୩/୨୧ରେ ଅବକାରୀ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ୫ଜଣଙ୍କୁ ଗିରଫ କରାଯାଇଥିବାର ଜଣାପଡିଛି ଗିରଫ ୫ ବ୍ୟକ୍ତି ହେଲେ ଯୋହନ ରଇତ, ସନ୍ଦୀପ କୁମାର, ଦୀପକ ସିଂ, ସନ୍ଦୀପ ସିଂ ଓ ସୁମିତକୁ ଆଜି ଶୁକ୍ରବାର କୋର୍ଟକୁ ଚାଲାଣ କରାଯିବ ବୋଲି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )