ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ଯ

ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର) ପଦ୍ମପୁର :- ଓଡିଶା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ନୁଆଁଖାଇ ଲଗ୍ନ ଧାର୍ଯ୍ଯ ହୋଇଛି । ମନ୍ଦିର ର କୂଳ ପୁରୋହିତ ସୁନୀଲ କୁମାର ପୁରୋହିତଙ୍କ ଦ୍ବାରା ଲଗ୍ନ ସ୍ଥିର ହୋଇଛି ।

ଆସନ୍ତା ୧୧.୯.୨୧ ରିଖ ଶନିବାର ଦିନ ଅମୃତ ବେଳା ୧୧.୩୦. ମିନିଟ ଠାରୁ ୧୧.୪୫ ମିନିଟ ମଧ୍ଯ ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁ ଓ ପାର୍ଶ୍ବ ର ଦେବାଦେବୀଙ୍କ ଠାରେ ନବାନ୍ନ ଲାଗିବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟନିର୍ବାହ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ )