No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩ ସେପ୍ଟେମ୍ବର ଶୁକ୍ରବାର) ଚାନ୍ଦପୁର ଥାନା :- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଗତ ଗୁରୁବାର ଦିନ ବଧୂ ହତ୍ୟା ହୋଇଥିବା ନେଇ ଚାନ୍ଦପୁର ଥାନା ରେ ଅଭିଯୋଗ ହୋଇଛି । ଅମିନ ବେହେରା ଙ୍କ ପତ୍ନୀ ସୁକାନ୍ତି ବେହେରା ଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ପୂର୍ବ ସୂଚନାନୁସାରେ ଉକ୍ତ ଅମିନ ବେହେରା ପ୍ରଥମେ କଦଳୀବାଡ଼ି ଗ୍ରାମର ଏକ କନ୍ୟା ଙ୍କୁ ବିବାହ କରିଥିଲେ ଓ ଦୁଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ କିଛି ଦିନ ଗ୍ରସ୍ତ ହେବା ପରେ ସେ ଅଶାନ୍ତି ପୂର୍ବକ ମୃତ୍ୟୁ ବରଣ କରିଥିବା ଜଣା ଯାଇଥିଲା ।
ଏବଂ ୨୦୧୭ ମସିହାରେ ଉକ୍ତ ଅମିନ ବେହେରା ଟାଙ୍ଗୀ ସୋରଣ ଗ୍ରାମର ସୁକାନ୍ତି ବେହେରା ଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ତେବେ ସୂଚନାନୁସାରେ ସୁକାନ୍ତି ୮ବର୍ଷ ତଳେ ଅମିନ ଙ୍କୁ ବିବାହ କରିଥିଲେ ଓ ଅନେକ ସମୟ ରେ ପାରିବାରିକ କଳହ ଲାଗି ରହିଥିଲା ତେବେ ଏହି ଦୃଷ୍ଟିକୋଣରୁ ବୋହୂ ର ବାପଘର ଲୋକମାନେ ଚାନ୍ଦପୁର ଥାନାରେ ହତ୍ୟା ଅଭିଯୋଗ କରିଥିବା ଜଣା ଯାଇଛି ।
ଅଚାନକ ସୁକାନ୍ତି ଙ୍କ ମୃତ୍ୟୁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପୋଲିସ ଉକ୍ତ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ତେବେ ପୋଲିସ ର ତଦାରଖ କ୍ରମେ ସୁକାନ୍ତି ବେହେରା ଙ୍କ ସ୍ବାମୀ ଅମିନ ବେହେରା ଙ୍କୁ ଗିରଫ କରିଛନ୍ତି ଚାନ୍ଦପୁର ପୋଲିସ ।
Chandpur PS Case number 122 U/S : 498(A) /302/34 IPC. The accused Amin Behera has been arrested. ଅଭିଯୁକ୍ତଙ୍କୁ ଆଜି ଚାନ୍ଦପୁର ପୋଲିସ୍ କୋର୍ଟ ଚାଲାଣ କରିଛନ୍ତି ।
No Result
View All Result