ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ୱର ସ୍ଥିତ ସହିଦନଗରରୁ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଉଠାଇ ନେଇଥିଲା ହତ୍ୟା ଉଦ୍ୟମ ଓ ଅତ୍ୟାଚାର ଅଭିଯୋଗ ମାମଲାରେ ପୋଲିସ ମାନସଙ୍କୁ ବାନ୍ଧିଥିଲା । ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ବିରୁଦ୍ଧରେ ଏକାଧିକ ମାମଲା ରହିଛି । ତାଙ୍କୁ ଗିରଫ କରିବା ନେଇ ବିଭିନ୍ନ ମହଲରୁ ଦାବି ହୋଇଆସୁଥିବା ବେଳେ ଆଜି ଖୋର୍ଦ୍ଧା ପୋଲିସ ତାଙ୍କୁ ଉଠାଇ ନେଇଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ କହିବା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଭିମାନପୁର ଗାଁର ସତ୍ୟବ୍ରତ ନାଏକଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପୁତୁରା ବସନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସେ ଏଫ୍ଆଇଆର୍ରେ ୮ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗକୁ ଭିତ୍ତିକରି ଅପହରଣ, ହତ୍ୟା ଓ ଧମକଚମକ ଦେବା ଭଳି ଦଫାରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଥିଲା । ଅଗଷ୍ଟ ୪ ତାରିଖରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଅମାନବୀୟ ଭାବେ ତାଲିବାନୀ ଶାସନ କରୁଥିଲା I ଏଥିରେ ସମାନ ଭାବରେ ସାମିଲ ଥିଲା ତା ‘ପୁଅ । ବାପା ପୁଅ ଙ୍କ ହିଂସ୍ରତା ଚରମ ସୀମାରେ ପହଞ୍ଚିଥିଲା । ସଙ୍ଗଠନରେ ସାମିଲ ନହେବାରୁ ମାନବିକତାର ସବୁ ସୀମା ଟପିଯାଇଥିଲେ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ।
ସତ୍ୟବ୍ରତଙ୍କ ହତ୍ୟା ଘଟଣା ପୂର୍ବରୁ କଡବ ଗ୍ରାମର ମାଗୁଣୀ ନାୟକ ଏବଂ ତାଙ୍କ ପୁଅଙ୍କୁ ମାନବବାଦ ସଙ୍ଗଠନର କର୍ମକର୍ତ୍ତା ଘରୁ ଡାକିନେଇ କରଡ଼ଗାଡ଼ିଆ କୋଠଘରେ ନିର୍ଧୁମ ମାଡ଼ ମାରିଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ରେ ବାପ-ପୁଅଙ୍କୁ ଗୋରୁ ଗାଈଙ୍କ ଭଳି ମାଡ଼ ମାରୁଥିବା ର ଦେଖା ଯାଇଥିଲା । ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଭୟରେ ମାଡ ଖାଇଥିବା ବାପ-ପୁଅ ଥାନାରେ ଅଭିଯୋଗ କରିନଥିଲେ ସୁଦ୍ଧା ପରେ ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।