No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ରାୟଗଡ଼,ଗଜପତି :- ଭାରତୀୟ ଜୀବନ ବୀମା ନିଗମ ର 65ତମ ବର୍ଷ ପୂର୍ତ୍ତି ଅବସରରେ ଆଜି ଗଜପତି ଜିଲ୍ଲା ରାୟଗଡ ବ୍ଲକ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ମାନଙ୍କ ସକାସେ 12ଗୋଟି ପିପିଇ କିଟ,150ଗୋଟି ମାସ୍କ ଓ 20ଲିଟର ସାନିଟାଇଜର ଆଦି ଦିଆଯାଇଛି . ଏହି ସମସ୍ତ ଜିନିଷକୁ ରାୟଗଡ ମେଡିକାଲ ଅଧିକାରୀ ଡ଼କ୍ଟର ୟୁ ଗିରିଜା ପତି ପାରଳାଖେମୁଣ୍ଡି ଭାରତୀୟ ଜୀବନ ବୀମା ନିଗମର ABM ଅଜିତ କୁମାର ସେଠୀ ଙ୍କ ଠାରୁ ଗ୍ରହଣ କରିଛନ୍ତି.
ଉକ୍ତ କାର୍ଯ୍ୟକ୍ରମ ବେଳେ ଡ଼କ୍ଟର ନଗେନ ପଟନାୟକ,ବି ଇ ବାଙ୍କୀ ପ୍ରଧାନ, ଏଲଆଇସି ଡେଭଲପମେଣ୍ଟ ଅଫିସର ଅଶୋକ କୁମାର ଶତପଥୀ, LIC ଏଜେଣ୍ଟ ଭଗବାନ ମାଝି,ଜିତେନ୍ଦ୍ର ପାତ୍ର, ସଞ୍ଜୟ କୁମାର ସାହୁ, ପି ରାଜେଶ୍ୱର ରାଓ ଆଚାରୀ, ଭେଙ୍କେଟ ଚୌଧୁରି ଓ ମେଡିକାଲର ଅନେକ କର୍ମଚାରୀ ଉପସ୍ଥିତ ଥିଲେ. (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result