No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଭୁବନେଶ୍ୱର :- ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ଫଣ୍ଡ୍ ହାଉସ୍ ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ନୂଆ ଆକ୍ସିସ୍ କଞ୍ଜମ୍ପସନ୍ ଇଟିଏଫ୍ର ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି । ନୂଆ ଫଣ୍ଡ୍ ଅଫର୍ ଯାହା ସୋମବାର (ଅଗଷ୍ଟ ୩୦)ରେ ଖୋଲିଛି ତାହା ନିବେଶକମାନଙ୍କୁ ଉପଯୋଗିତା ଭିତ୍ତିକ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ରେ ନିବେଶ କରିବାର ସୁଯୋଗ ପ୍ରଦାନ କରିବ । ନୂଆ ଫଣ୍ଡ୍ ଅଫର୍ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଖୋଲାରହିବ । ଏହା ହେଉଛି ଏକ ଓପନ୍ ଏଣ୍ଡେଡ୍ ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଯାହା ନିଫ୍ଟି ଇଣ୍ଡିଆ ଉପଯୋଗିତା ସୂଚୀ ଉପରେ ନଜର ରଖିଛି । ଏଥିରେ ସଂଗୃହୀତ ପାଣ୍ଠିକୁ ନିଫ୍ଟି ଉପଯୋଗିତା ସୂଚୀରେ ଥିବା କଂପାନିଗୁଡ଼ିକରେ ନିବେଶ କରାଯାଇ ରିଟର୍ଣ୍ଣ ହାସଲ କରିବା ଲାଗି ଅପେକ୍ଷା କରାଯାଇଛି ।
ଏହି ପାଣ୍ଠିରେ ସର୍ବନିମ୍ନ ନିବେଶ ରାଶି ହେଉଛି ୫୦୦୦ ଟଙ୍କା ଏବଂ ଏହା ପରେ ୧ ଟଙ୍କାର ଗୁଣିତକ ହିସାବରେ ତାହା ଆଗକୁ ବଢ଼ିବ । ଏବେ ବ୍ୟବସାୟରୁ ଗ୍ରାହକ ବର୍ଗରେ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳୁଛି । ବିଶେଷ କରି କଂଜ୍ୟୁମର୍ ନନ୍-ଡ୍ୟୁରେବଲ୍ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା, ଅଟୋ, ଟେଲିକମ୍ ସେବା, ଫାର୍ମାସ୍ୟୁଟିକାଲ୍, ହୋଟେଲ୍, ଗଣମାଧ୍ୟମ, ମନୋରଂଜନ ଇତ୍ୟାଦିରେ ବିଭିନ୍ନ କଂପାନିକୁ ନେଇ ସୂଚୀ ତିଆରି ହୋଇଛି । ଏହା ଭାରତରେ ଉପଯୋଗିତାର ସ୍ଥିିତିକୁ ବର୍ଣ୍ଣନା କରୁଛି । ନିଫ୍ଟି ଇଣ୍ଡିଆ ଉପଯୋଗିତା ସୂଚୀରେ ୩୦ଟି ବଡ଼ କଂପାନି ରହିଛନ୍ତି । ନୂଆ ଫଣ୍ଡ୍ ଅଫର୍ ସମ୍ପର୍କରେ ଶ୍ରୀଯୁକ୍ତ ଚନ୍ଦ୍ରେଶ ନିଗମ, ଏମ୍ଡି ଓ ସିଇଓ, ଆକ୍ସିସ୍ ଏଏମ୍ସି କହିଛନ୍ତି ଯେ, “ଆକ୍ସିସ୍ ଏଏମ୍ସିରେ ଆମେ ଏକ ଦାୟିତ୍ୱବାନ ଫଣ୍ଡ୍ ହାଉସ୍ ଭାବେ ଠିଆ ହୋଇଛୁ ।
ଆମେ ଆମର ଗ୍ରାହକମାନଙ୍କୁ ଏଭଳି ଉତ୍ପାଦ ପୁଞ୍ଜ ପ୍ରଦାନ କରିବାକୁ ଚାହୁଁଛୁ ଯାହା ଗୁଣାତ୍ମକ ଏବଂ ବର୍ତମାନ ଦୃଷ୍ଟିକୋଣରୁ ଦୀର୍ଘମିଆଦୀ ରିଟର୍ଣ୍ଣ ପ୍ରଦାନ କରିବାର ସମ୍ଭାବନା ରହିଛି । ଆକ୍ସିସ୍ କଞ୍ଜମ୍ପସନ୍ ଇଟିଏଫ୍ ଉନ୍ମୋଚନ ସହିତ ଆମେ ଆମର ଗ୍ରାହକଙ୍କୁ ଏଭଳି ଏକ ନିବେଶ ବିକଳ୍ପ ପ୍ରଦାନ କରିବାକୁ ଚାହୁଁଛୁ ଯାହାର ଅଭିବୃଦ୍ଧି ଓ ଦୃଢ଼ ରିଟର୍ଣ୍ଣର ପ୍ରମାଣ ରହିଛି । ଉପଯୋଗିତା ବଜାର ଦୃଢ଼ ହୋଇ ରହିଥିବା ବେଳେ ଏହି କ୍ଷେତ୍ର ଚଳଚଞ୍ଚଳ ରହିଛି ଏବଂ ବିଗତ କିଛି ଦଶନ୍ଧୀରେ ଅଭିବୃଦ୍ଧି ନିରନ୍ତର ରହିଛି । ଆମର ନିବେଶକମାନେ ହେଉଛନ୍ତି ସ୍ମାର୍ଟ ଏବଂ ସମ୍ପୂର୍ଣ୍ଣ ଡାଟା ଦ୍ୱାରା ଆଗକୁ ବଢ଼ୁଛନ୍ତି । ତେଣୁ ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ଯେ ଆମକୁ ପରୋକ୍ଷ ନିବେଶରେ ନିର୍ଦ୍ଦିଷ୍ଟ ବୃଦ୍ଧି ଦେଖିବାକୁ ମିଳୁଛି । ଆମର ବିଶ୍ୱାସ ରହିଛି ଯେ ଆକ୍ସିସ୍ କଞ୍ଜମ୍ପସନ୍ ଇଟିଏଫ୍ ହେଉଛି ବଜାରରେ ଦ୍ରୁତ ଏବଂ ନିରନ୍ତର ଲମ୍ବା ଅଭିବୃଦ୍ଧି ହାସଲ କରିବା ଲାଗି ଏକ ଭଲ ସୁଯୋଗ ।”
No Result
View All Result