No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ପଦ୍ମପୁର :- ବରଗଡ ସାଂସଦ ଶ୍ରୀ ସୁରେଶ ପୂଜାରୀ ଓ ବିଜେପି କୃଷକ ମୋର୍ଚ୍ଚାର ରାଜ୍ଯ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ପଦ୍ମପୁର ମରୁଡ଼ି ଅଞ୍ଚଳ ଗସ୍ତ ସହ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି । ଗତ କାଲି ସାଂସଦ ଶ୍ରୀ ପୂଜାରୀ ଓ ଶ୍ରୀ ପୁରୋହିତ ପାଇକମାଲ ବ୍ଲକ ଅନ୍ତର୍ଗତ ପାଇକମାଲ,ଭେଙ୍ଗରାଜପୁର, ପଲସଦା ଆଦି ଗ୍ରାମ ପଞ୍ଚାୟତ ଗୁଡିକର ମରୁଡ଼ି ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ଅବସରରେ ମାଝିପାଲି,ରସମୁଣ୍ତା,ଗଉରଜୁରି,ପଲସଦା ଆଦି ଗ୍ରାମ ଗୁଡିକର ଚାଷ ଜମି ତଦାରଖ କରିଥିଲେ ।
ଗଉରଜୁରୀ ଗ୍ରାମରେ ଏବଂ ପଲସଦା ଗ୍ରାମରେ ଶହ ଶହ ସଂଖ୍ଯାରେ ଚାଷୀ ଉପସ୍ଥିତ ରହି ଧାନ କ୍ଷେତ ମାନ ଦେଖାଇବା ସହ ସ୍ବଳ୍ପ ବୃଷ୍ଟି ଯୋଗୁଁ ବନ୍ଦ,କଟାରେ ମଧ୍ଯ ଟୋପାଏ ପାଣି ନଥିବା ଦେଖାଇ ଥିଲେ । ପଲସଦା ପଲ୍ଲୀମୁଣ୍ତା ରେ ଦୀର୍ଘ ଦିନ ଧରି ଏକ ନଳକୂପ ଅଚଳ ଥିବା ବେଳେ ବ୍ଲକ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଅନୁରୋଧ କଲେ ମଧ୍ଯ କେହି ଶୁଣୁ ନଥିବା ମହିଳା ମାନେ ସାଂସଦଙ୍କ ଠାରେ ଅଭିଯୋଗ କରିଥିଲେ । ପଲସଦା ଗ୍ରାମରେ ଥିବା ଏକ ମାତ୍ର ବନ୍ଦରେ ଗ୍ରା:ପ ତରଫରୁ ଏକ ଡିପ୍ ବୋରୱେଲ ଖୋଲାଯାଇ ଥିବା ବେଳେ ତାହା ମଧ୍ଯ ସଂପୂର୍ଣ୍ଣ ହୋଇଥିବା ନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ପଲସଦା ଠାରେ କୃଷକ ସଙ୍ଗଠନ ର ସଦସ୍ଯ ମାନେ ସାଂସଦ ଙ୍କୁ ଓ ପୂର୍ବତନ ବିଧାୟକଙ୍କୁ ସ୍ବାଗତ କରିବା ସହ ତୁମରିପାଣି ଅଙ୍ଗନଦୀ ରୁ ଯଦି ଏକ ଡାଇଭରସନ ପାଇଁ ଚେକ ଡେମ କରାଯାଆନ୍ତା
ତେବେ ପଲସଦା ଗ୍ରାମ ପଞ୍ଚାୟତ ସମେତ ମରୁଡ଼ି ପ୍ରପୀଡିତ ବାଦିକଟା,କେର୍ମେଲାବାହାଲ, ଭେଙ୍ଗରାଜପୁର ପାଖପାଖି ୭ଟି ଗ୍ରା:ପ ର ଜମିର ପାଣି ମାଡି ପାରିବ ବୋଲି ଚାଷୀ ମାନେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅପରାହ୍ନ ୨ ଘଣ୍ଟା ସମୟରେ ସର୍ଗିବାହଲ ମଣ୍ତଳ କାର୍ଯ୍ଯକର୍ତ୍ତା ମାନଙ୍କ ଏକ ସମାବେଶ ମଣ୍ତଳ ସଭାପତି ଶ୍ରୀ ନିରାକାର ବରିହାଙ୍କ ସଭାପତିତ୍ବ ରେ ବରିହାପାଲି କ୍ରିକେଟ ପଡିଆରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସାଂସଦ ଶ୍ରୀ ସୁରେଶ ପୂଜାରୀ ମୁଖ୍ଯ ଅତିଥି,ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ଯ ବକ୍ତା,ଆଦିବାସୀ ମୋର୍ଚ୍ଚାର ରାଜ୍ଯ ସାଧାରଣ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ଭୋଇ,ଯୁବମୋର୍ଚ୍ଚା ରାଜ୍ଯ ସଂପାଦକ ଶ୍ରୀ ପ୍ରୀତେଶ ବହିଦାର,ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ସରୋଜ ପାଣିଗ୍ରାହୀ,ସରପଞ୍ଚ ଶ୍ରୀ ସତ୍ଯବାନ ପ୍ରଧାନଙ୍କ ସମେତ ଅନେକ ବିଜେପିର ଅନେକ ବରିଷ୍ଠ ନେତୃ ମଣ୍ତଳୀ ଯୋଗ ଦେଇଥିଲେ ।
ପଦ୍ମପୁର ଡାକ ବଙ୍ଗଳା ଠାରେ ବିଜେପିରେ ଏକ ମିଶ୍ରଣ ପର୍ବରେ ଯୁବ ସମାଜସେବୀ ଶ୍ରୀ ଜୟକୃଷ୍ଣ ପାତ୍ର, ଯୁବନେତା ଯାଦବ ସମାଜ ସଭାପତି ଟିକେଲାଲ ବାଗ,ପଙ୍କିଜ ସେଠ,ପିତ ପାଣ୍ତେ,ଫକିର ସାହା,ହେମ ସାଗର କାଳସେ,ମହେଶ ପାଣ୍ତେ,ଶୁଶାନ୍ତ ବଗର୍ତ୍ତି,ପ୍ରକାଶ ବେହେରା,ରମେଶ ଭୋଇ,ପ୍ରତାପ ମାଝୀ,ଦିଲ୍ଲୀପ ଲୁହାର ଆଦି ବିଜେଡି,କଂଗ୍ରେସ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ସାଂସଦ ଶ୍ରୀ ପୂଜାରୀଙ୍କ ସମେତ ସମସ୍ତ ନେତୃ ମଣ୍ତଳୀ ଫୁଲତୋଡା ଦେଇ ସମସ୍ତଙ୍କୁ ବିଜେପିରେ ସାମିଲ କରାଇ ଥିଲେ ।(ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result