No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ଚାନ୍ଦପୁର ଥାନା/ରିପୋର୍ଟ ଅଭିମନ୍ୟୁ :- ମାନବବାଦୀ ସଂଗଠନ ଓ ଏହାର ମୁଖିଆ ମାନସ ଦାସ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୩୧ ରେ ୯ ଟି ସଂଗଠନ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପି ଙ୍କୁ ଦାବି ପତ୍ର ଦିଆଯାଇଥିଲା । ଉକ୍ତ ମାମଲା ରେ ଜଡିତ ଥିବା ଏବଂ ପୂର୍ବରୁ ହତ୍ୟା ମାମଲାରେ ଜେଲ ଯାଇଥିବା ଲୋକଙ୍କୁ ରିମାଣ୍ଡରେ ଆଣିବାକୁ ପୁଲିସ ର ପ୍ରସ୍ତୁତି ଜୋର ଧରିଥିବା ବେଳେ । ରାଜ୍ୟରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥିବା ଓ ଅଧିବାସୀ ଅବା କବାରି ସମ୍ପ୍ରଦାୟଙ୍କ ଜୀବନ ଜୀବିକା ନଷ୍ଟ କରିବା ସହିତ ଆଦିବାସୀଙ୍କୁ ନିର୍ଯାତନା ଓ ହତ୍ୟା କରୁଥିବା ମାନସ ଦାସଙ୍କୁ ଗିରଫ କରିବା ଦିଗରେ ୯ଟି ସଂଗଠନ ଦାବି କରିଥିଲେ ।
ପୂର୍ବ ସୂଚନାନୁସାରେ ସେହି ମାନବବାଦୀ ସଂଗଠନ ରେ ମୟୁରଝାଲିଆ ର କିଛି ଲୋକ ସମ୍ପୃକ୍ତ ଥିବା ଘଟଣା ସମ୍ପର୍କରେ ଆଲୋଚନା ହେଉଥିଲା । ଯାହାକୁ ନେଇ ନୟାଗଡ଼ ଜିଲ୍ଲା ଏସପି ଓ ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶ କ୍ରମେ ରଣପୁର ବ୍ଲକ ଚାନ୍ଦପୁର ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ , ମହିଳା ସବ ଇନିସିପେକ୍ଟର ଅଞ୍ଜଳୀ ଶାହା ଙ୍କ ସମେତ ସ୍ୱତନ୍ତ୍ର ପୋଲିସ ଟିମ୍ ବେଗୁନିଆ ଗ୍ରସ୍ତ କରିଥିଲେ । ମୟୁରଝାଲିଆ ଗ୍ରାମ ର କବାରି ସାହି କବାରି ସାହି ଗ୍ରସ୍ତ କରି ଘର ଘର ବୁଲି ସର୍ଭେ କରିଥିଲେ । ଓ ପରିବାର ନିର୍ଯାତିତ ହେଉଛନ୍ତି କି ..? କେହି ପରିବାର ଲୋକ ଅଟକ ରହିଛନ୍ତି କି ନାହିଁ ..? ନିଷ୍ପେସିତ ହୋଇ ଡର ରେ ରହୁଛନ୍ତି କି ..? ଏହିଭଳି ପ୍ରଶ୍ନ ପଚରାଉଚରା କରି ଏଭଳି କିଛି ଘଟିଥିଲେ ପୋଲିସ ଙ୍କୁ ନିର୍ଭୟ ସହକାରେ ଜଣାଇବାକୁ ଲୋକଙ୍କୁ ସାବଧାନ କରିଥିଲେ ।
ଏବଂ ପୋଲିସର ସାଧାରଣ ଜନତା ପ୍ରତି ଦାୟିତ୍ୱବାନ ଓ ନିଷ୍ଠା ମନୋବୃତ୍ତି ଦେଖିବାକୁ ମିଳିଥିଲା । ତେବେ ଗତ କାଲି ନୟାଗଡ଼ ଜିଲ୍ଲା ଏସପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ରୁ ଏକ ପୋଲିସ ଟିମ୍ ମୟୁରଝାଲିଆ ଯାଇ ନିଷ୍ପେସିତ ଓ ଅତ୍ୟାଚାରିତର ଶିକାର ହେବାକୁ ଯାଉଥିବା ପରିବାର ଗୁଡ଼ିକରେ ପଚରା ଉଚରା କରିବା ସହିତ ଲୋକଙ୍କୁ ସଚେତନ ଓ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାବାହକ ସାଜି ନିଜର ରକ୍ଷା ପାଇଁ ପୋଲିସ ସହିତ ହାତ ମିଳାଇ ପୋଲିସ ପାଖରେ ରିପୋର୍ଟ କରିବାକୁ ଅନୁରୋଧ କରିଥିଲେ । ଏହା ସହିତ ଆଇଆଇସି ଅନୁରୋଧ କରିଛନ୍ତି କି ଯଦି କେହି ମାନସ ଦାଶ ମାନବବାଦୀ ସଂଗଠନ ଦ୍ୱାରା ନିର୍ଯାତିତ ଓ ନିଷ୍ପେସିତ ସେମାନେ ଥାନା ରେ ଆସି ଜଣାଇବା ପାଇଁ ନିବେଦନ କରିଥିବା ଜଣାଯାଇଛି ।
No Result
View All Result