No Result
View All Result
1. ରଣପୁର ବ୍ଲକ କୁ ବର୍ତ୍ତମାନ ସୁଦ୍ଧା ମିଳିନାହିଁ ସାଂସଦ ପ୍ରତିନିଧି । ଏବେ ବି ଖାଲି ପଡ଼ିଛି ଆସନ
2. ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରତିନିଧି ଯୋଗାଇଦେବେ ସାଂସଦ
3. କୋଭିଡ଼ି ଯୋଗୁଁ ପୂରଣ ହୋଇ ପାରିନଥିଲା ସାଂସଦ ଙ୍କ ପ୍ରତିନିଧି ଆସନ
ତେବେ କାହାକୁ ମିଳିବ ପ୍ରତିନିଧିତ୍ୱ ର ଦାୟିତ୍ୱ ଭାର ? ଆଗକୁ ଦେଖିବାକୁ ବାକି ରହିଲା ।
ଓଡ଼ିଶା ତାଜା ନ୍ୟୁଜ୍ (୨ ସେପ୍ଟେମ୍ବର ଗୁରୁବାର) ରଣପୁର ,ରିପୋର୍ଟ ଅଭିମନ୍ୟୁ :- ଗତ ୩୦ ରେ ପୁରୀ ସାଂସଦ ପିନାକୀ ମିଶ୍ର ରଣପୁର କୁ ଅତର୍କିତ ଭାବେ ଗ୍ରସ୍ତ କରି ବିଜେଡି ର ପ୍ରାୟ ୩୦୦ ଯୁବ , ମହିଳା , ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କ ଗହଣରେ ଗୋପାଳପୁର ରେ ହେଉଥିବା ବିଜୁ ଯୁବ ମହିଳା ସଂଗଠନ ବୈଠକରେ ଉଦବୋଧନ ଦେଇ ଫେରୁଥିବା ବେଳେ ସାଂସଦଙ୍କୁ ସାମ୍ବାଦିକ ମାନେ ଭେଟି ପ୍ରଶ୍ନ କରିଥିଲେ ଯେ , ରଣପୁର ବ୍ଲକରେ ଆପଣଙ୍କ ପ୍ରତିନିଧିତ୍ୱ କିଏ କରୁଛନ୍ତି..? ଏହି ପ୍ରଶ୍ନ ର ଉତ୍ତର ରଖି ସାଂସଦ ଗତ ମେ ମାସରେ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ଚିଠି ଯୋଗୁଁ ସେ ଗୋଟିଏ ଦିନ ପାଇଁ ସ୍ୱର୍ଣ୍ଣ ପ୍ରକାଶ ରାଉତରାୟ ଙ୍କୁ ପ୍ରତିନିଧି ର ଦାୟିତ୍ୱ ଭାର ଦେଇଥିଲେ
କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରଣପୁର ବ୍ଲକ୍ ରେ ପୁରୀ ସାଂସଦ ଙ୍କ ପ୍ରତିନିଧିତ୍ୱ ପାଇଁ ରଣପୁର ବ୍ଲକରେ କୌଣସି ପ୍ରତିନିଧି ଚୟନ କରାଯାଇ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ । ତେବେ ସ୍ପଷ୍ଟ କଥା ଏୟା ଯେ ରଣପୁର ବ୍ଲକରେ ସାଂସଦ ପ୍ରତିନିଧି ଦିଆଯାଇନାହିଁ । ଅଢେଇ ବର୍ଷ ବିତିଯାଇଥିଲେ ମଧ୍ୟ ରଣପୁର ବ୍ଲକ ର ସାଧାରଣ ଲୋକଙ୍କ ଦୁଃଖ କଷ୍ଟ କୁ ପରିପ୍ରକାଶ କରିବା ପାଇଁ ପ୍ରତିନିଧି ଦିଆଯାଇନଥିବାର କାରଣ ଓ ବିଲମ୍ବତା କୁ ଜାହିର କରିବା ସହିତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଖୁବ ଶୀଘ୍ର ତାଙ୍କ ପ୍ରତିନିଧି ପ୍ରଦାନ କରିବେ ବୋଲି ସାଂସଦ ଶ୍ରୀ ପିନାକୀ ମିଶ୍ର ପ୍ରକାଶ କରିଥିଲେ ।
ଏଥିସହ ଦୁଇ ବର୍ଷ ଧରି କୋଭିଡ ଯୋଗୁଁ ଜନସାଧାରଣ ଙ୍କର ହୋଇଥିବା ଅସୁବିଧା ଓ ଆଗକୁ ଥିବା ନିର୍ବାଚନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ଖୁବଶୀଘ୍ର ଜନସାଧାରଣ ପ୍ରତିନିଧି ଉପଲବ୍ଧି କରିବେ ବୋଲି ପ୍ରତିଶୃତି ଦେଇଥିଲେ ସାଂସଦ । ରଣପୁର ଜନସାଧାରଣ ଙ୍କ ପାଖରେ କୋଭିଡ ସମୟରେ ସାଂସଦ ପ୍ରତିନିଧି ପହଞ୍ଚାଇ ପାରି ନଥିବାରୁ ସମ୍ବେଦନା ଜ୍ଞାପନ କରିଥିଲେ ।
No Result
View All Result