No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର) ଭୁବନେଶ୍ୱର :- ମହିଳାମାନଙ୍କୁ ମିଶନ ଶକ୍ତି ଆନ୍ଦୋଳନ ସହ ଯୋଡ଼ି ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ Naveen Patnaik ଙ୍କ ପ୍ରତିବଦ୍ଧତା ଓ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଏବେ ବାସ୍ତବରେ ତୃଣମୂଳ ସ୍ତରରେ ପ୍ରତିଫଳିତ ହୋଇଛି। ଯାହା ଏବେ ଦେଶବିଦେଶରେ କେସ୍ ଷ୍ଟଡ଼ି ପାଲଟିଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ଓ ପ୍ରୋତ୍ସାହନରେ ଓଟିଡିସି ପକ୍ଷରୁ ଭୁବନେଶ୍ୱରସ୍ଥିତ ତ୍ରିଶକ୍ତି ମହିଳା ପରିଷଦର ମା’ ଦୁର୍ଗା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏକ ପାମ୍ପଡ଼ ମେସିନ ପ୍ରଦାନ କରାଯାଇଛି । ଆଜି ପବିତ୍ର ଜନ୍ମାଷ୍ଟମୀରେ ଏହି ମେସିନ୍ ଲୋକାର୍ପଣ ହୋଇଛି ।
ଏହି କାର୍ଯ୍ୟକ୍ରମ ରେ ଓଟିଡିସି ଅଧ୍ଯକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଯୋଗ ଦେଇ ପାମ୍ପଡ଼ ତିଆରି ମେସିନ୍ କୁ ଲୋକାର୍ପିତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମିଶନ ଶକ୍ତି ଅଧ୍ଯକ୍ଷା ଲୋପାମୁଦ୍ରା ବକ୍ସିପାତ୍ର, ମିଶନ ଶକ୍ତି ର ସଂଯୋଜିକା ଗଙ୍ଗୋତ୍ରି ପ୍ରିୟଦର୍ଶିନୀ, ତ୍ରିଶକ୍ତି ମହିଳା ପରିଷଦ ର ସଭାନେତ୍ରୀ ସଂଯୁକ୍ତା ଭୁତିଆ, ତେଜସ୍ଵୀନି ର ସଭାପତି ମହାମାୟା ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ ।
No Result
View All Result