No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଗୁମ୍ମା ବ୍ଲକ ପରିଡା ଗ୍ରାମ ଠାରେ ନନ୍ଦୋ ଉତ୍ସବ-୨୦୨୧ କୋଭିଡ କଟକଣା ଅନୁଯ୍ଧବ ପାଳିତ ହୋଇଥିଲା । ପ୍ରାତଃ ସମୟରେ ଭଗବାନ ଶ୍ରୀକୃଷ୍ଟଙ୍କୁ ନୀତିକାନ୍ତ ଅନୁଯାଇ ପୁଜାର୍ଚନା କରାଯାଇଯାଇଥିଲା । ପରେ ପରିଡା ଗ୍ରାମରେ ଭଗବାନଙ୍କୁ ନଗର ପରିକ୍ରମା କରାଯାଇଥିଲା । ଭଗବାନଙ୍କ ସମସ୍ତ ପୁଜାର୍ଚନା ସରିବା ପରେ ସମାଜ ପକ୍ଷରୁ ଏକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଉକ୍ତ ସଭାରେ ଷୋହଳ ଖଣ୍ଡ ଗୋପାଳ ସମାଜର ଗଜପତି ଜିଲ୍ଲା ସଭାପତି ଖଦାଳ ଗୌଡ ସଭାପତିତ୍ୱରେ ସଭାକାର୍ଯ୍ୟ ପ୍ରାରମ୍ଭ ହୋଇଥିଲା ।
ପ୍ରଥମେ ଷୋହଳ ଖଣ୍ଡ ଗୋପାଳ ସମାଜର ବ୍ଲକ ଏବଂ ପଞ୍ଚାୟତ ସ୍ତରୀୟ ସଭାପତି ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ନାନିତ କରାଯାଇଥିଲା । ମୁଖ୍ୟ ବକ୍ତା ଭାବେ ପରିଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଶୁରେସ କୁମାର ସାହୁକାର ଯୋଗ ଦେଇ ଷୋହଳ ଖଣ୍ଡ ଗୋପାଳ ସମାଜ ଏବଂ ଏହି ଜାତିର ମହତ ଉଦ୍ଦ୍ୟେଶ ସମ୍ପର୍କରେ କହିବା ସହ ଏହି ଜାତୀର ବ୍ୟକ୍ତି ବିଶେଷ ମାନେ ବହୁତ ଭାଗ୍ୟବାନ ହୋଇଥିବା ଉଦାହରଣ ମାଧ୍ୟମରେ ପ୍ରକାଶ କରିବା ସହ ଉକ୍ତ ସମାଜ ଦେଶ ଗଠନରେ ସହାୟକ ହୋଇପାରିଛି ଏବଂ ଯଦି ସେମାନେ ନିଜ ସମାଜର କର୍ତ୍ତବ୍ୟ ଏବଂ ଦାଇତ୍ୱ ସମ୍ପର୍କରେ ସଚେତନ ହେଲେ ଉକ୍ତ ସମାଜ ନିଜ ସଙ୍ଗଠନକୁ ସଦୃଢ କରିବା ସହ ଦେଶର ସମୃଦ୍ଧିରେ ମଧ୍ୟ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ ।
ଗୁମ୍ମା ବ୍ଲକ ସଭାପତି ତାରିଣି ଗୌଡ ଷୋହଳ ଖଣ୍ଡ ଗୋପାଳ ସମାଜକୁ ଆଗକୁ ନେବାପାଇଁ ସମାଜ ମଧ୍ୟରେ ରହିଥିବା ଶିକ୍ଷିତ ଯୁବକ ମାନଙ୍କୁ ଆଗକୁ ଆସିବା ପାଇଁ ଆହ୍ୱାନ ଦେଇଥିବା ସହ ସମାଜ କାର୍ଯ୍ୟରେ ଶିକ୍ଷିତ ଯୁବକ ମାନଙ୍କ ଦ୍ୱାରା ପରିଚାଳିତ ହେଳେ ସମାଜ ଉନ୍ନତି ହେବା ସହ ନିଜ ଜାତି, ଧର୍ମ ଏବଂ ପରମ୍ପାରା ବଜାୟ ରହି ପାରିବ ବୋଲି କହିବା ସହ ସଂଗଠନ ସୁଦୃଢ ହୋଇପାରିବ ଏବଂ ସଂଗଠନ ସୁଦୃଢ ହେଲେ ଆଗାମି ନିର୍ବାଚନରେ ଷୋହଳ ଖଣ୍ଡ ଗୋପାଳ ସମାଜର ଅନେକ ଯୁବବର୍ଗ ଭାଗ ନେଇ ନିଜର ଦକ୍ଷତା ପ୍ରମାଣ କରିବା ସହ ଏହି ସମାଜ ଚାହିଁଲେ ଅନେକ ନିର୍ବାଚିତ ପ୍ରତିନିଧି ବାହରିପାରିବେ ଯାହାଦ୍ୱାରା ସମାଜର ଉନ୍ନତି ହେବା ସହ ନିଜ ଜାତିର ବି ଉନ୍ନତି ହୋଇପାରିବା ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ ।
ପରେ ଷୋହଳ ଖଣ୍ଡ ସମାଜର ଉନ୍ନତି କିପରି ହୋଇପାରିବା ସେଥିପାଇଁ ବ୍ଲକ ଓ ଜିଲ୍ଲା ସ୍ତରୀୟ ସଭାପତି ମାନେ ନିଜ ନିଜ ମତାମତ ରଖିଥିଲେ । ଷୋହଳ ଖଣ୍ଡ ଗୋପାଳ ସମାଜ ମଧ୍ୟରୁ ବିଭିନ୍ନ ଶ୍ରେଣିରେ କୃତିତ୍ୱ ଲାଭ କରିଥିବା ଛାତ୍ର ଛାତ୍ରୀ, ବ୍ୟକ୍ତି ବିଶେଷ ମାନଙ୍କୁ ମାନପ୍ତର ଦେଇ ପୁରଷ୍କୃତ କରାଯାଇଥିଲା । ମଞ୍ଚାଶିନ ଅତିଥି ମାନଙ୍କ ମଧ୍ୟରେ କୈଳାସ ଚନ୍ଦ୍ର ମହାଙ୍କୁଡ, ନରସିଂହ ଗୌଡ, ବାଉରି ନାୟକ, ହୃଷିକେଶ ଗୌଡ, ଇଶ୍ୱର ଚନ୍ଦ୍ର କାର୍ଯୀ, ବାଳେଶ୍ୱର ଗୌଡ, ନୀଳମଣି ଗୈାଡ, କୃଷ୍ଟଚନ୍ଦ୍ର ଦୋରା, ଗ୍ୟାନେଶ୍ୱର ଗୈାଡ, ଅର୍ଜୁନ ଗୌଡ, ପଦ୍ମଚରଣ ପାତ୍ର, ବିଷ୍ଟୁନାଥ ଗୌଡ,ରଘୁନାଥ ମାହାଙ୍କୁଡ ପ୍ରମୁଖ ରହିଥିଲେ । ଉକ୍ତ ସଭାକୁ ଷୋହଳ ଖଣ୍ଡ ଗୋପାଳ ସମାଜର ସାଧାରଣ ସମ୍ପାଦକ ରାଜେନ୍ଦ୍ର ଗୌଡ ପରିଚାଳନା କରିଥିଲେ ।
No Result
View All Result