No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର )ଢେଙ୍କାନାଳ :- ଜିଲ୍ଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଲୋକମାନେ ଆସି ହଟାଇବା ହୋଇ ଫେରୁଥିବା ସମସ୍ତଙ୍କୁ ଜଣା । ହେଲେ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ବାରମ୍ଵାର ଶବ ବ୍ୟବଚ୍ଛେଦ କୁ ସାରା ହିନ୍ଦୋଳ ବ୍ଲକ ଓ ହିନ୍ଦୋଳ ଏନ୍ଏସି ଜନସାଧାରଣ ଅସୁବିଧା ଭୋଗି ହଟହଟା ହେଉଥିବା ଜଣାଯାଇଛି । ଆଜି ନୁହେଁ ପ୍ରାୟ ସବୁ ସମୟରେ ଶବ ବ୍ୟବଚ୍ଛେଦ ପାଇଁ ସାଧାରଣରେ ହଟହଟା ହେବା ସୁନିଶ୍ଚିତ ହୋଇଛି ।ଆଗରୁ ଚିକିତ୍ସାଳୟରେ କାର୍ଯ୍ୟରତ ଝାଡୁଦାର ଶବ ବ୍ୟବଚ୍ଛେଦ ସମୟରେ ଚିକିତ୍ସକଙ୍କୁ ସାହାମ୍ୟ କରି ଆସୁଥିଲେ ।
କିନ୍ତୁ କେହି ସାହାଯ୍ୟ ନ କରିବାରୁ ଲୋକମାନେ ହଟସଟା ହେଉଛନ୍ତି । ନିଜର ଜଣେ ମୃତ୍ୟୁ ହୋଇଥିବା ହୃଦୟ କାନ୍ଦୁଥିବା ହିନ୍ଦୋଳ ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ନିମନ୍ତେ ହେଉଥିବା କୁ ଅଙ୍ଗେ ଦୁଃଖ ଭୋଗୁଥିବା ଲୋକଟି ହିଁ ବର୍ଣ୍ଣନା କରିପାରୃ । ତେବେ ଚିକିତ୍ସକ ଶବ ବ୍ୟବଚ୍ଛେଦ ସମୟରେ ଜଣେ ସାହାଯ୍ୟକାରୀ ହିସାବରେ କାହାକୁ ନ ପାଇ କଷ୍ଟଭୋଗୀ ସମ୍ପର୍କିତ ଲୋକଙ୍କୁ ଜଣେ ସାହାଯ୍ୟ ଖୋଜି ଆଣିବା ପାଇଁ କହନ୍ତି । ଏଥିରୁ ଅନୁମାନ କରାଯାଏ ଦୁଃଖରେ ଭାଙ୍ଗି ପଡିଥିବା ଅଜଣା କିପରି ହଟହଟା ହୁଏ ।ଏଥିପ୍ରତି ପ୍ରଶାସନ ସମବେଦନାର ସହିତ ଦୃଷ୍ଟି ଦେବାକୁ ଅନୁରୋଧ ।
No Result
View All Result