No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- କୋଭିଡ୍ କଟକଣା ମଧ୍ୟରେ ଓଡିଶା ବିଧାନସଭାର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହେବ ବିଧାନସଭା ଅଧିବେଶନ, ଏଣୁ ବିଧାନସଭା ସାମ୍ନାରେ ଧାରଣା ମନା । ଯଦି ଧାରଣା କିମ୍ବା ଆନ୍ଦୋଳନ ହୁଏ ତେବେ ଆନ୍ଦୋଳନକାରୀଙ୍କ ବିରୋଧରେ ମହାମାରୀ ଆକ୍ଟରେ ମାମଲା ଦାୟର ହେବ । ତେବେ ପ୍ରଶ୍ନ ଶାସକ ଦଳ ମାଳମାଳ ଲୋକଙ୍କୁ ନେଇ ସଭା ଓ ରାଲି କରିଲେ ମହାମାରୀ ବ୍ୟାପୁନି କିନ୍ତୁ ନିଜ ହକ ପାଇଁ ଲଢ଼େଇ କରିଲେ ମହାମାରୀ ବ୍ୟାପୁଛି ।
ହେବାକୁ ଯାଉଥିବା ବେଳେ ଉଭୟ ବିଜେପି ଓ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ, ଆବଶକୀୟ ସାମଗ୍ରୀର ଦର ବୃଦ୍ଧି ଓ ରାଜ୍ୟରେ ସମ୍ଭାବିତ ମରୁଡି ପ୍ରସଙ୍ଗ ନେଇ ବିରୋଧୀ ଦଳ ସରକାରଙ୍କୁ ଜବାବ ମାଗିବା ନେଇ ଯୋଜନା କରିଥିବା ଜଣାପଡିଛି ।
ଅଧିବେଶନ ଆରମ୍ଭ ପୂର୍ବରୁ ସମସ୍ତ ସଦସ୍ୟ, ସେମାନଙ୍କ ଡ୍ରାଇଭର ଓ ବ୍ୟକ୍ତିଗତ କର୍ମଚାରୀଙ୍କ ସମେତ ବିଧାନସଭା କର୍ମଚାରୀ, ଅଧିକାରୀ ଓ ସାମ୍ବାଦିକମାନଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି । ମନ୍ତ୍ରୀ ଓ ବିଧାୟକମାନଙ୍କର କୋଭିଡ୍ ସହ ଆଂଟିବଡି ମଧ୍ୟ ପରୀକ୍ଷା କରାଯାଇଛି। ଅଧିବେଶନ ପାଇଁ ବିଧାନସଭା ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ବିଧାନସଭାରେ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି।
ମୌସୁମୀ ଅଧିବେଶନ ସେପ୍ଟେମ୍ୱର ୧ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଥମାର୍ଦ୍ଧ ଅଧିବେଶନ ପୂର୍ବାହ୍ନ ୧୦.୩୦ ଠାରୁ ଅପରାହ୍ନ ୧.୩୦ ମିନିଟ୍ ଏବଂ ଦ୍ୱିତୀୟାର୍ଦ୍ଧ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ବିଧାନସଭା ଅଧିବେଶନର ପ୍ରଥମ ଦିନ ପ୍ରଥମାର୍ଦ୍ଧ ଅଦିବେଶନ ପୂର୍ବାହ୍ନ ୧୧.୦୦ଟାରୁ ଆରମ୍ଭ ହେବ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୯୦ ମିନିଟ୍ ସମୟ ରଖାଯାଇଛି । ବିଜେପି ବିଧାୟକମାନେ ସପ୍ତାହର ୪ ଦିନ ଏବଂ କଂଗ୍ରେସ ବିଧାୟକମାନେ ମଙ୍ଗଳବାର ଏବଂ ଶନିବାର ଦିନ ମୁଲତବୀ ପ୍ରସ୍ତାବ ଆଗତ କରିପାରିବେ ।
No Result
View All Result