No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ଷୋମବାର) ପଦ୍ମପୁର :- ୨୦୨୦ ସୁଦ୍ଧା ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କାଘର ଯୋଗାଇ ଦେବା ଲକ୍ଷ୍ୟରେ ଗରିବ ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଘର ଯୋଗାଇ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇକମାଲ ବ୍ଲକ ରେ ବ୍ଯାପକ ଅନିୟମିତତା ହେବା ସହ ପାଇକମାଲ ଥାନାରେ ଅନେକ ରିପୋର୍ଟ ମଧ୍ଯ ଦିଆ ଯାଇଛି,ତାର ତଦନ୍ତ ଚାଳିଛି ।
ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଅନିୟମିତତା ହୋଇଥିଲେ ମଧ୍ଯ ବାରମ୍ବାର ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ ସତ୍ତ୍ବେ କୌଣସି ଫଳ ନ ମିଳିବାରୁ ଏହି ଗ୍ରାମ ପଞ୍ଚାୟତ ର ବିଜାଡିହି ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ପାଇଁ ଯୋଗ୍ଯ ହିତାଧିକାରୀ ନାମ ତାଲିକା ଥିବା ସତ୍ବେ ୨୦ ହଜାର ଟଙ୍କାରେ ଅନ୍ଯ ମାନଙ୍କୁ ଘର ବିକ୍ରୀ କରି ଦେଇଥିବାର ଅଭିଯୋଗ ହୋଇଛି ।
ସରକାରୀ ଚାକିରିଆ ଏ ପରିକି ଅବିବାହିତ ମାନଙ୍କୁ ଲାଞ୍ଚ ଖାଇ ଆବାସ ଘର ବିକ୍ରୀ କରା ଯାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହେଇଛନ୍ତି । ଏହାର ପ୍ରତିବାଦରେ ଆସନ୍ତା ୭ ତାରିଖ ଦିନ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିଜାଡିହି ଗ୍ରାମର ଯୋଗ୍ଯ ହିତାଧିକାରୀ ଯେଉଁ ମାନଙ୍କ ନାମ ତାଲିକା ଥିଲା ସର୍ବ ଶ୍ରୀ ବିଶାଖା ସାହୁ ,ତାଣ୍ତି ସାହୁ,ଚକ୍ର ମହିଁ,ସକୁନ୍ତଲା ମହିଁ,
ଦୁର୍ଯ୍ୟୋଧନ ସାହୁ,ଜୟଦେବ ସାହୁ,ଝସକେତନ ସାହୁ,ହରିବୋଲ ସାହୁ ଆମରଣ ଅନଶନ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆମରଣ ଅନଶନ ବସିବା ନେଇ ହିତାଧିକାରୀ ମାନେ ବରଗଡ ଜିଲ୍ଲାପାଳ ଓ ୫ଟି ସଚିବ ଙ୍କୁ ଇମେଲ ଜରିଆରେ ସୂଚନା ଦେଇଥିବା ଶ୍ରୀ ହରିବୋଲ ସାହୁ ପ୍ରକାଶ କରିଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result