No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ଷୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା କୃଷି ବିଭାଗ ସଭା ଗୃହରେ ବ୍ଲକ୍ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ କରାଯାଇଥିଲା।ଉକ୍ତ ସଭାରେ ବ୍ଲକ୍ କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ,ବ୍ଲକ୍ ସହକାରୀ କୃଷି ଅଧିକାରୀ ପୂଜା କଅଁର ,
ଉଦ୍ୟାନ କୃଷି ଅଧିକାରୀ ଅଜିତ୍ କୁମାର ନାୟକ,ବି ଭି ଓ ନରେନ୍ଦ୍ର କୁମାର ବେହେରା,ବ୍ଲକ୍ ବୈଷୟିକ ପରିଚାଳକ ଗଣେଶ ରଞ୍ଜନ ମାର୍ଥା ଙ୍କ ଉପସ୍ଥିତି ରେ ନୂଆଗାଁ ବ୍ଲକ୍ ର ୨୦ ଜଣ ଚାଷୀ ଉପଦେଷ୍ଟା କମିଟିର ସଭ୍ୟ ସଭ୍ୟା ମାନଙ୍କୁ ନେଇ ଆତ୍ମା ଅଧ୍ୟକ୍ଷ ଭାବେ ସଞ୍ଜୟ କୁମାର ସାହୁ ଙ୍କୁ ମନୋନୀତ କରାଯାଇଥିଲା।ସେହିପରି ଭାବେ ୧୬ ନଂ ଜିଲ୍ଲାପରିଷଦ ଜୋନ୍ ରୁ କଳ୍ପନା ସାହୁ ଏବଂ ୧୭ ନଂ ଜିଲ୍ଲାପରିଷଦ ଜୋନ୍ ରୁ ରାଜ୍ କିଶୋର ପ୍ରଧାନ ଙ୍କୁ ଜିଲ୍ଲା କମିଟି କୁ ମନୋନୀତ କରାଯାଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result