No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ସୋମବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଏକ ବାଇକ ଜବତ କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ପରିମାଣ ୨୫ କିଲୋ ୫ ଶହ ଗ୍ରାମ ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଥାନା କଉଡ଼ିଆ ଅଞ୍ଚଳର ଅଜିତ ଦଳେଇ(୨୩) ।
ସୂଚନା ପ୍ରକାରେ ରବିବାର ଦିନ ଅଜିତ ଦଳେଇ ଏକ ବାଇକ ଯୋଗେ ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ନେଇ ବ୍ରହ୍ମପୁର ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ । କୌଣସି ସୂତ୍ରରୁ ଦାରିଙ୍ଗବାଡ଼ି ପୋଲିସ ଖବର ପାଇ ଥାନା ଅଧିକାରୀଙ୍କ ନେତୃତ୍ୱ କ୍ରମେ ପୋଲିସ ଶ୍ରାନିକେତାର ଆମ୍ବ ଖାଲିଆ ଘାଟିରେ ଚଢ଼ଉ କରି ବାଇକ ସହ ଗଞ୍ଜେଇ ଓ ଦୁର୍ବୁତ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଏନେଇ ପୋଲିସ ମାମଲା ନଂ ୧୪୬/୨୧ ରୁଜୁ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି । (ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result