No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୦ ଅଗଷ୍ଟ ସୋମବାର ) ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଠାରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ପାଣ୍ଠିରୁ ନିର୍ମିତ ହୋଇଥିବା ମହିଳା ମହାସଂଘର କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଥିରେ ଜିଲ୍ଲା ପରିଷଦ ସଦସ୍ୟା ସୁଜାତା ଦିଗାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନୂତନ କାର୍ଯ୍ୟାଳୟ ଉଦଘାଟିତ କରିଛନ୍ତି l
ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ୧୨୦ ଏସଏଚଜି ମହିଳା ସଂଘର ସଭ୍ୟା ଓ କର୍ମକର୍ତ୍ତା ଯୋଗଦେଇ ମୁଖ୍ୟମନ୍ତ୍ରୀକୁ ଧନ୍ଯବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟାଳୟ ନିର୍ମାଣ ହେବା ଫଳରେ ଗ୍ରାମ ରେ ଥିବା ମହିଳାମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରିବେ ବୋଲି ଜିଲ୍ଲା ପରିଷଦ ସଦସ୍ୟl ସୁଜାତା ଦିଗାଲ ମତ ପ୍ରକାଶ କରିଛନ୍ତି l
ଏହି ଉଦଘାଟନ କାର୍ଯ୍ୟକ୍ରମ ରେ ବାରଖମl ପଞ୍ଚାୟତ ସରପଞ୍ଚ କୁନାଲ ପ୍ରଧାନ, ଅବସର ପ୍ରାପ୍ତ ସେନା ଅଧିକାରୀ ତଥା ବିଶିଷ୍ଟ ସମାଜସେବୀ ରାଜେନ୍ଦ୍ର ଦିଗାଲ, ପୂର୍ବତନ ନାଏବ ସରପଞ୍ଚ ସଂଜୀବ ଦିଗାଲ, ଶିଖାରାଣୀ ଦିଗାଲ ପ୍ରମୁଖ ଉପସ୍ଥିତ ରହିଥିଲେ l (ରିପୋର୍ଟ/ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result