ଐତିହ୍ୟ ଏବଂ ଇନରହ୍ବିଲ କ୍ଲବର ମିଳିତ ଆନୁକୂଲ୍ୟରେ ପ୍ରକୃତି ବନ୍ଦନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାରକଟକ :- ହିନ୍ଦୁ ସ୍ପିରିଚ୍ଯୁଆଲ ଏବଂ ସର୍ଭିସ ଫାଉଣ୍ଡେସନର ସର୍ବଭାରତୀୟ ସ୍ତରରେ “ପ୍ରକୃତି ବନ୍ଦନ” ଆହ୍ବାନ କ୍ରମେ ଐତିହ୍ୟ ଏବଂ ଇନର ହ୍ବିଲ କ୍ଲବର ମିଳିତ ଆନୁକୂଲ୍ୟରେ କଟକ ଚହଟା ଘାଟ ହାତୀ ଗଡ଼ା ଠାରେ ନଦୀ ପୂଜନ , ବୃକ୍ଷ ପୂଜନ କରାଯାଇଥିଲା ।

ଏହା ପୂର୍ବରୁ ଉକ୍ତ ଦଶଘାଟରେ ଆବର୍ଜନା ଏବଂ ମୃତ ବ୍ୟକ୍ତିଙ୍କ ପରିଧାନ ଏଣେତେଣେ ହୋଇ ପଡ଼ିଥିଲା ଅନୁଷ୍ଠାନର କର୍ମକର୍ତ୍ତା ପ୍ରଥମେ ଆବର୍ଜନା ସଫା କରିବା ସହିତ ଏଣେତେଣେ ପଡ଼ିଥିବା ମୃତ ବ୍ୟକ୍ତିଙ୍କ ପରିଧାନକୁ ଏକାଠି ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଉତ୍କଳ କେଶରୀ ସିଂହ ଏବଂ ଛବିନ୍ଦ୍ର କୁମାର ସ୍ବାଇଁଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଶ୍ବନାଥ ପଣ୍ଡା , ବିଭୁ ପ୍ରସାଦ ନାୟକ , ରବିନାରାୟଣ ରାଉତରାୟ , ରମେଶ ଚନ୍ଦ୍ର ସିଂହ , ନିକୁଞ୍ଜ କିଶୋର ମଙ୍ଗରାଜ , ପ୍ରସାନ୍ତ କୁମାର ବେହେରା , ମହମ୍ମଦ ଅକିଲୁର ରେହେମନ , ମହମ୍ମଦ ଫକୀର , ବୃନ୍ଦାବନ ସାହୁ , ଫିରୋଜ ଖାନ , ସୁଚିତ୍ରା ପ୍ରସାଦ , କବିତା ରାଣୀ ସିଂହ , ଲଳିତା ସାହୁ , ସୁଭ୍ରତା ସିଂହ , କେ. ସତିସ କୁମାର , ଏନ.ଏନ. ଚଣ୍ଡୀ , ଜୟନ୍ତ ମହାନ୍ତି ପ୍ରମୁଖ ପ୍ରକୃତି ବନ୍ଦନ କରିଥିଲେ ।