ଚାଷୀ ଙ୍କ ଖରିଫ ଋଣ ଧାର୍ଯ୍ୟ କରିବା ଦିଗରେ ନୟାଗଡ଼ ଜିଲ୍ଲାପାଳ ଙ୍କ ଭର୍ଚୁଆଲ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାରନୟାଗଡ଼,ରିପୋର୍ଟ ଅଭିମନ୍ୟୁ :- ନୟାଗଡ଼ ଜିଲ୍ଲାପାଳ ଡ.ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଏକ ଖରିଫ ଋଣ ଧାର୍ଯ୍ୟ ଓ ପୂରଣ ଦିଗରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ବୈଠକରେ ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ଅଧୀନରେ ଥିବା ସମସ୍ତ ପରିଚାଳକ ଓ ସମିତି ଗୁଡିକର ସମ୍ପାଦକ/ସମ୍ପାଦିକା ମାନଙ୍କୁ ନେଇ ଖରିଫ ଋଣର ଧାର୍ଯ୍ୟ ଲକ୍ଷ୍ୟ ଓ ପୂରଣ ଦିଗରେ vc ମାଧ୍ୟମରେ ତଦାରଖ କରିଥିଲେ ।

କିଛି ସମିତିର ଋଣ ଲଗାଣ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ନହୋଇଥିବାରୁ ଜିଲ୍ଲାପାଳ ବୈଠକରେ କ୍ଷୋଭ ପ୍ରକାଶ କରିଥିଲେ । ୩୧/୮/୨୧ ଭଳି ଛୁଟି ଦିନ ଗୁଡ଼ିକରେ ଋଣ ଲଗାଣ ନିଶ୍ଚିତ ରୂପେ ୯୦% ପହଞ୍ଚେଇବା କୁ ନିର୍ଦେଶ ଦେଲେ ଜିଲ୍ଲାପାଳ । ଉକ୍ତ କାର୍ଯ୍ୟ ତଦାରଖ କରିବାକୁ ସମିତିର ପ୍ରଶାସନ ମାନଙ୍କୁ ନିର୍ଦେଶ ଦିଆଗଲା ।

ଏହା ସହିତ ଚାଷୀ ପଞ୍ଜିକରଣ ର ମୂଳ ଫର୍ମ ଗୁଡିକ ତୁରନ୍ତ ସମ୍ପୃକ୍ତ ତହସିଲରେ ଦାଖଲ ଦେଇ ଧାନଚାଷ ଓ ଚାଷୀ ଙ୍କ ତଥ୍ୟ ଯାଞ୍ଚ କରି ଧାର୍ଯ୍ୟ ତାରିଖରେ ନିର୍ଦ୍ଦେଶ ଦେଲେ । ଉକ୍ତ ସମୀକ୍ଷା ବୈଠକ ରେ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ପାଦକ ଓ ସହକାରୀ ନିବନ୍ଧକ ମଧ୍ୟ ଉପସ୍ଥିତ ରହି ସମସ୍ତ ତଥ୍ୟ ପ୍ରଦାନ କରିଥିଲେ ।