ଜଳେଶ୍ୱର ରେଳଷ୍ଟେସନରେ ମାଲଗାଡି ଧକ୍କାରେ ସିନିଅର ସେକ୍ସନ ସିଗନାଲ ଇଂଜିନିୟରଙ୍କ ମୃତ୍ୟୁ

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ଜଳେଶ୍ୱର :- ଜଳେଶ୍ୱର ରେଳଷ୍ଟେସନରେ ମାଲଗାଡି ଧକ୍କାରେ ସିନିଅର ସେକ୍ସନ ସିଗନାଲ ଇଂଜିନିୟରଙ୍କ ମୃତ୍ୟୁ l ମୃତ ବ୍ୟକ୍ତି ଜଣକ ହେଲେ ଜଳେଶ୍ୱର ରେଳ ଷ୍ଟେସନର ବାବୁଲାଲ ହେମ୍ରମ l ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେଳ ଷ୍ଟେସନର କାର୍ଯ୍ୟରତ ସିନିୟର ସେକ୍ସନ ସିଗନାଲ ଇଂଜିନର ବାବୁଲାଲ ହେମ୍ରମ ଆଜି ସକାଳ 5.30ସମୟରେ ରେଳ ଲାଇନ ଅତିକ୍ରମ କରୁଥିବା ସମୟରେ

ଅସାବଧାନତା ଯୋଗୁଁ ମାଲଗାଡ଼ି ଧକ୍କାରେ ମୃତ୍ୟୁ ଘଟିଛି l ବାବୁଲାଲ ହେମ୍ରମ ମୟୁରଭଞ୍ଜ ଜିଲ୍ଲା ରIସଗୋବିନ୍ଦ ପୁର ଥାନା ମଙ୍ଗଳପୁର ଗ୍ରାମର l ଦୀର୍ଘ 11 ବର୍ଷ ଧରି ଜଳେଶ୍ୱର ରେଳ ବିଭାଗର କାର୍ଯ୍ୟରତ ଥିଲେ l ଘଟଣା ସ୍ଥଳରେ ରେଳ ବିଭାଗ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛି | (ଦୀପ୍ତିମାନ ପତି, ବାଲେଶ୍ଵର)