No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର )କନ୍ଧମାଳ :- କୋରାନା ମହାମାରୀ ପାଇଁ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରୁ ବନ୍ଦ ଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ସାଇନ୍ସ ପାର୍କ ଖୋଲିଲା l ସନ୍ଧ୍ୟା ରେ ଆୟୋଜିତ ପୁନଃ ଖୋଲିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଯୋଗ ଦେଇ ଆନୁଷ୍ଠାନିକ ଉଦଘାଟନ କରିଥିଲେ, ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥୀ ଭାବେ ଆଇନଜୀବୀ ବିଜୟ କୁମାର ପଟନାୟକ,
ସ୍ଵେଛାସେବୀ ସଂଗଠନ ସ୍ଵାତି ର ସମ୍ପାଦକ ଇଂ.ହରି ଶଙ୍କର ରାଉତ, ବୈଦ୍ୟ ନାଥ ଖଟୁଆ, ପ୍ରମୁଖ ଭାବେ ଯୋଗ ଦେଇଥିଲେ l ସାଇନ୍ସ ପାର୍କ କେବେ ଖୋଲିବ ବୋଲି ଲୋକେ ଆଗ୍ରହ ର ସହ ଅନାଇ ରହିଥିଲେ l ବିଭାଗୀୟ ଅଧିକାରୀ ଙ୍କ ନିଷ୍ଠା ପର ଉଦ୍ୟମ, ଓ ଆନ୍ତରିକତା ଯୋଗୁଁ ବନ୍ଦ ଥିବା ପାର୍କ ଖୋଲି ପାରିଛି l
କରୋନା ପାଇଁ ଏତେଦିନ ଧରି ବନ୍ଦ ରହିଥିବା ଫଳରେ ରକ୍ଷଣl ବେକ୍ଷଣ ଅଭାବ ରୁ ପାର୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା l ହେଲେ ବିଭାଗୀୟ କର୍ତ୍ତୃପକ୍ଷ ନିଜେ ଉପସ୍ଥିତ ରହି ପାର୍କର ରକ୍ଷଣା ବେକ୍ଷଣ ଦାୟିତ୍ୱ ନେଇଥିବା ସ୍ଵାତି ଏନଜିଓ କୁ ନିର୍ଦେଶ ଦେଇ ସଫାସୁତୁରା କରାଇଥିଲେ l ସ୍ଥାନୀୟ ଜନସାଧାରଣ ପାର୍କ ଖୋଲିବା ଜାଣିବା ପରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା l ଏହି ସାଇନ୍ସ ପାର୍କ ଟି ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀ ଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ଆହରଣ ରେ ସହାୟକ ହୋଇ ପାରୁଛି l (ରିପୋର୍ଟ /ସଞ୍ଜୟ କୁମାର ପାଣିଗ୍ରାହୀ)
No Result
View All Result