No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ଅଗଷ୍ଟ ଶନିବାର ) ନର୍ଲା :- ନର୍ଲା ବ୍ଳକରେ ନାମକୁ ମାତ୍ର ପାନୀୟ ଜଳ ପ୍ରକଳ୍ପ । କେଉଁଠି ପାଣି ପାଇପ ଫାଟି ରାସ୍ତା ଉପରେ ପାଣି ଯାଉଛି ତ କେଉଁଠି ପାଣି ଷ୍ଟାଣ୍ଡ ଭାଙ୍ଗି ପଡ଼ିଛି । ପୁଣି କେଉଁଠି ଚାଷ ଜମିକୁ ଓଭର ହେଡ ଟ୍ୟାଙ୍କିରୁ ପାଣି ଯାଉଛି । ବ୍ଳକର ଅନେକ ଗ୍ରାମରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନ ହେବାରୁ ସେଥିରୁ ପାଣି ଆସୁ ନାହିଁ । ଯାହା ଫଳରେ ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବ୍ଳକର ଭୀମକେଲା ଗ୍ରାମରେ ପାଇପ ଲାଇନ କାମ ନିମ୍ନ ମାନର ହୋଇଥିବା ଅଭିଯୋଗ ଗ୍ରାମବାସୀ କରିଥିଲେ । ଏଠାରେ ଓଭର ହେଡ ଟ୍ୟାଙ୍କିରୁ ଓଭର ଫ୍ଲୋ ହୋଇ ପାଣି ବାହାରି ଚାଷ ଜମିକୁ ଯାଉଥିବା ବେଳେ ଗ୍ରାମର କୁମ୍ଭାର ପଡା ପର୍ଯ୍ୟନ୍ତ ଠିକ ରୂପେ ପାଣି ଆସୁ ନ ଥିବା ଏବଂ ଅପରାହ୍ନ ସମୟରେ ମୋଟାମୋଟି ଭାବରେ ପାଣି ଯୋଗାଣ ହେଉ ନ ଥିବା ଅଭିଯୋଗ ଗ୍ରାମବାସୀ କରିଛନ୍ତି ।
ନର୍ଲା ବ୍ଳକର ନର୍ଲା, ରୁପ୍ରାରୋଡ, ତୁଲାପଡା, ବାଲିପଡା, ରୁପ୍ରା, ଭାନପୁର, ଭୀମକେଲା ଆଦି ଗ୍ରାମରେ ପୋତା ଯାଇଥିବା ପାଇପ ଗୁଡ଼ିକ ଫାଟିଯିବା ଓ ଅନେକ ସମୟରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ପାଣି ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଜଣାଯାଏ । ବ୍ଳକର ୧ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଛି ଏ ସବୁ ଜଳ ପ୍ରକଳ୍ପ କିନ୍ତୁ ଏଠାରେ ଠିକାଦାର ଓ ଜଳ ଯୋଗାଣ ବିଭାଗ ମାଲାମାଲ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result