No Result
View All Result

ଓଡ଼ିଶା ତାଜା ନିୟୁଜ୍ (୨୮ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ହଜାରେ ତଳେ ଥିବା ବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ସେଞ୍ଚୁରୀ ମାରୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୫ ଜଣ ଚିହ୍ନଟ ହୋଇଛନ୍ତି । ୭୭୯ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ୪୫୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୨୫ । ଏହାବାଦ ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୭୬୫କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୨୫୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୪, ବାଲେଶ୍ୱରରୁ ୫୯, ପୁରୀରୁ ୩୯ , ଯାଜପୁରରୁ ୩୪, ଜଗତସିଂହପୁରରୁ ୩୧ , ମୟୂରଭଂଜରୁ ୨୭, କେନ୍ଦ୍ରାପଡ଼ାରୁ ୨୧, ଅନୁଗୁଳରୁ ୨୦, ନୟାଗଡ଼ରୁ ୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବାଦ ସୁନ୍ଦରଗଡ଼ରୁ ୨୦, ଭଦ୍ରକ, କେନ୍ଦୁଝରରୁ ୧୫ଜଣ ଲେଖାଏ , ସମ୍ବଲପୁରରୁ ୧୩, ଦେବଗଡ଼, ଢେଙ୍କାନାଳରୁ ୯ ଜଣ ଲେଖାଏ, ଗଂଜାମରୁ ୮, ବରଗଡ଼ରୁ ୫, ରାୟଗଡ଼ାରୁ ୪, ବଲାଙ୍ଗିରରୁ ୩, ସୁବର୍ଣ୍ଣପୁର, ବୌଦ୍ଧରୁ ୨ଜଣ ଲେଖାଏ , ଗଜପତିରୁ ୧, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୬, କନ୍ଧମାଳରୁ ୫, କୋରାପୁଟରୁ ୩, ନୂଆପଡ଼ାରୁ ୨, କଳାହାଣ୍ଡିରୁ ଜଣେ, ଷ୍ଟେଟପୁଲରୁ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪କୁ ବୃଦ୍ଧି ପାଇଛି । ରାଜ୍ୟରେ ଦିନକରେ ସାମ୍ପଲ ଟେଷ୍ଟ ୭୧,୧୩୭ ହୋଇଥିବା ବେଳେ ପଜିଟିଭିଟି ୧.୦୯ ପ୍ରତିଶତ ରହିଛି । ରାଜ୍ୟରେ ଆଉ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୫ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାବାଦ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୭ ଲେଖାଏଁ, ଜଗତସିଂହପୁରରୁ ୬ ଜଣଙ୍କ ମୃତ୍ୟୁ ହୋଇଛି ।
ଅନୁଗୁଳ ଓ ମୟୂରଭଞ୍ଜରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳରୁ ୩ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛନ୍ତି । ନୟାଗଡ଼ରୁ ୨, ବୌଦ୍ଧ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି ।
No Result
View All Result