No Result
View All Result
ଲକିଙ୍କ ବିରୋଧରେ ମହେଶ୍ବର ତୃତୀୟ ମହଲା କିମ୍ବା ବବିଙ୍କ ପାଖରେ ଅଭିଯୋଗ କରିପାରୁ ନାହାନ୍ତି ।
ମହେଶ୍ବର ଯେ ନିଜକୁ ଅସହାୟ ଭାବୁଛନ୍ତି ସେକଥା ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ତାଙ୍କର ସାଥୀଟିଏ ନାହାନ୍ତି । ତେଣୁ, ଧୀରେଧୀରେ ବିଶ୍ବାସ ଫେରି ପାଇବାକୁ ଚେଷ୍ଟା କରୁଥିବା ମହେଶ୍ବର ଏକ ଅଦୃଶ୍ୟ ମାୟାଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ।
ଓଡ଼ିଶା ତାଜା ନ୍ୟୁଜ ( ୨୭ ଅଗଷ୍ଟ ଶୁକ୍ରବାର) ପୁରୀ :- ନବୀନ ସରକାରଙ୍କ ପଞ୍ଚମ ପାଳିରେ ପୁରୀକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ବେଳାଭୂମି ଉନ୍ନୟନ, ପର୍ଯ୍ୟଟନ ଭିତ୍ତିଭୂମି, କୋଷ୍ଟାଲ ହାଇୱେ, ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ସବୁକିଛି । ହାଇପ୍ରୋଫାଇଲ ସହର ହୋଇଥିବାରୁ ପୁରୀର ରାଜନୀତି ଉପରେ ଓଡ଼ିଶାବାସୀଙ୍କ ନଜର ରହିଥାଏ । ସେହିପରି ଲୋକସଭା ନିର୍ବାଚନରେ ପୁରୀ ଆସନରୁ ଯିଏ ବିଜୟୀ ହୁଅନ୍ତି, ଦିଲ୍ଲୀ ଦରବାରରେ ତାଙ୍କର ସ୍ବତନ୍ତ୍ର କାଟତି ରହିଥାଏ । ହେଲେ ୨୦୧୯ ନିର୍ବାଚନରେ ମହେଶ୍ବର ମହାନ୍ତିଙ୍କ ପରାଜୟ ଓ ପୀନାକି ମିଶ୍ର ପୁରୀ ବିଧାନସଭା ଆସନରୁ ଲୋକସଭା ଭୋଟରେ ୨୦ ହଜାରରୁ ଅଧିକ ଭୋଟରେ ପଛୁଆ ରହିବା ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ।
ତେଣୁ ପୁରୀକୁ ସଜାଡ଼ିବା ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ । ତାହାର ସୁଫଳ ଆସ୍ତେଆସ୍ତେ ଦେଖିବାକୁ ମିଳୁଛି । ହେଲେ ଏହି ସୁଫଳ ରାଜନୈତିକ ସଫଳତାରେ ଯେ ରୂପାନ୍ତରିତ ହେବ ସେ ବିଶ୍ବାସ ପୁରୀ ନେତା, କର୍ମୀ, ଯୁବ ଓ ଛାତ୍ର ବିଜେଡି ବିଶ୍ବାସ କରି ପାରୁନାହିଁ । ମହେଶ୍ବର ୪୦ ବାଟିଆ ପଞ୍ଚାୟତ ନିର୍ବାଚନ ଜିତି କିଛିଟା ଆତ୍ମବିଶ୍ବାସ ଫେରି ପାଇଥିଲେ । ହେଲେ ହରାଇଥିଲେ ବହୁତ କିଛି । ଦିବାକର ପାତ୍ର(ବାବୁ)ଙ୍କୁ ଭରସା କରି ଯଏ ସଦର ସଂଗଠନ ଆଉ ଚଳାଇ ହେବନି, ତାହା ମହେଶ୍ବର ବୁଝି ସାରିଲେଣି । ହେଲେ ମହେଶ୍ବରଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି ଲଖି ଖୁଣ୍ଟିଆ ।
ମହେଶ୍ବରଙ୍କୁ ସବୁ କଥାରେ ଚ୍ୟାଲେଞ୍ଜ ଦେବା, ନିଜସ୍ବ ସାମାଜିକ ଓ ସାଂସ୍କୃତିକ କାମ ଚଲାଇ ଦେଖିବା ମହେଶ୍ବରଙ୍କୁ ଅଶ୍ବସ୍ତିକର ଲାଗୁଛି । ହେଲେ ରାଜନୈତିକ କାର୍ଯ୍ୟକ୍ରମରେ ମହେଶ୍ବରଙ୍କୁ ନିମନ୍ତ୍ରଣ ନ କରି ଲକିଙ୍କ ସହିତ ଯୋଗଦେବା ଶ୍ରୀ ମହାନ୍ତିଙ୍କୁ ପସନ୍ଦ ହୋଇନି । ଦୁଇ ଦଶନ୍ଧି ଧରି ମହେଶ୍ବରଙ୍କ ବିରୋଧରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିବା ଉମାବଲ୍ଲଭ ରଥ, ବିପିନ ଦାଶ, ଉତ୍ତମ ଆଚାର୍ଯ୍ୟ, ସୁର ଦାଶ ଓ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଏତେଟା ଚର୍ଚ୍ଚାରେ ରହୁ ନ ଥିଲେ । ମାତ୍ର ଅଢ଼େଇ ବର୍ଷ ମଧ୍ୟରେ କୌଣସି ସାମ୍ବିଧାନିକ ପଦରେ ନ ଥାଇ ଲକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ପଛରେ ପ୍ରଣବ ପ୍ରକାଶ ଦାସଙ୍କ ଆଶୀର୍ବାଦ ଥିବା କୁହାଯାଉଛି ।
ରାଜ୍ୟସ୍ତରୀୟ ଯେକୌଣସି ନେତା ଗଲେ ଲକିଙ୍କୁ ଖୋଜୁଛନ୍ତି । ଲକି ବିଜେଡି ସଂଗଠନରୁ ହଟି ନିଜସ୍ବ କାର୍ଯ୍ୟକ୍ରମ ବେଶ୍ ପାରିବାପଣିଆରେ ସମ୍ପନ୍ନ କରୁଛନ୍ତି । ହେଲେ ଲକିଙ୍କ ବିରୋଧରେ ମହେଶ୍ବର ତୃତୀୟ ମହଲା କିମ୍ବା ବବିଙ୍କ ପାଖରେ ଅଭିଯୋଗ କରିପାରୁ ନାହାନ୍ତି । ମହେଶ୍ବର ଯେ ନିଜକୁ ଅସହାୟ ଭାବୁଛନ୍ତି ସେକଥା ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ତାଙ୍କର ସାଥୀଟିଏ ନାହାନ୍ତି । ତେଣୁ, ଧୀରେଧୀରେ ବିଶ୍ବାସ ଫେରି ପାଇବାକୁ ଚେଷ୍ଟା କରୁଥିବା ମହେଶ୍ବର ଏକ ଅଦୃଶ୍ୟ ମାୟାଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି । ସେ ଏଥିରୁ କିଭଳି ମୁକୁଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
No Result
View All Result