No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୭ ଅଗଷ୍ଟ ଶୁକ୍ରବାର) କଳାହାଣ୍ଡି :- ମହାମାରୀ କରୋନା କାଳରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଶିକ୍ଷାଦାନ ବନ୍ଦ ଥିବାରୁ ଛାତ୍ର ଛାତ୍ରୀମାନେ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି । ତେଣୁ ଏଠାରେ ବିକଳ୍ପ ବ୍ୟବସ୍ଥା ସ୍ଵରୂପ ମୋ ଚାଟଶାଳୀ ମାଧ୍ୟମରେ ଶିକ୍ଷା ପ୍ରଦାନ ପାଇଁ ଦାବି ହେଉଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ମହେଶ୍ଵର ଓ ଜଙ୍ଗଲପଡା ଗ୍ରାମରେ ଗ୍ରାମ୍ୟ ଶିକ୍ଷା କମିଟିର ଏକ ସଭା ହୋଇଥିଲା ।
ଏଥିରେ ସଭାପତି ରୀତା ହରିଜନ, ଗୀତା ବିଶି ଓ ନାଏବ ସରପଞ୍ଚ ସୂର୍ଯ୍ୟ ମଙ୍ଗରାଜ ଓ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀମାନଙ୍କୁ ଏଥିରେ ସାମିଲ କରାଯାଇଥିଲା । ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ମୋ ଚାଟଶାଳୀରେ ଶିକ୍ଷା ଦାନ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶିଶୁ କମିଟିର ଆବାହକ ମାନେ ମତ ରଖିଥିଲେ ।
ବାଲଗ୍ରାମ ସଭାର ପ୍ରସ୍ତାବିତ ସଙ୍କଳ୍ପପତ୍ର ପ୍ରସ୍ତୁତ କରାଯାଇଥିଲା । ପ୍ରସ୍ତାବିତ ସଙ୍କଳ୍ପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପଠାଇବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result