No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ଵରେ ଏଏସଆଇ ପୀତବାସ ଶତପଥୀ ଓ ତାଙ୍କ ଟିମ କମଳାପୁର ଚେକ ଗେଟ ନିକଟରେ ଗାଡି ଯାଞ୍ଚ କରୁଥିବା ବେଳେ ଏକ ମିନି ଟ୍ରକକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ ଗାଡିରୁ ଭାଙ୍ଗ ଜବତ କରିଥିଲେ।
ମୋଟ ଭାଙ୍ଗ ୧୪୦୩ କିଲୋ ୨୦୦ ଗ୍ରାମ ହୋଇଥିଲା। ଏଥିରେ ସମ୍ପୃକ୍ତ ଥିବା ଜଣକୁ ଗିରଫ କରାଯାଇଛି ସେ ହେଲେ ଆସିକା ଥାନା ଅଞ୍ଚଳର ଶମ୍ଭୁ ସାହୁ । ସେ ଉକ୍ତ ଭାଙ୍ଗ ଅନ୍ତରବା ଅଞ୍ଚଳରୁ ସଂଗ୍ରହ କରି ପୁରୀକୁ ଚାଲାଣ କରାଯାଇ ଥାଆନ୍ତା ବୋଲି କହିଥିଲେ। ଏହି ଭାଙ୍ଗର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ ଶ୍ରୀ ନାୟକ କହିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result