No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) କାଶୀନଗର :- ଓଡ଼ିଶା ର ଗଜପତି ଓ ରାୟଗଡ଼ା ଅଞ୍ଚଳ ରେ ବୃକ୍ଷ ମାନବ ନାମରେ ପରିଚିତ ବ୍ୟକ୍ତି ଜଣକ ଆଉ କିଏ ନୁହଁନ୍ତି,ସେ ହେଉଛନ୍ତି ଗୋପୀନାଥ ଚୌଧୁରୀ।ଗଜପତି ଜିଲ୍ଲାର କାଶୀନଗର ବ୍ଲକର ସଦର ମହକୁମା କାଶୀନଗର ସହର ରେ ଜନ୍ମିତ ଗୋପୀନାଥ ନିଜ ଶିକ୍ଷା ସମାପନ କରି ମୃତ୍ତିକା ସଂରକ୍ଷଣ ବିଭାଗ ରେ କିରାଣୀ ଭାବେ ନିଜ କର୍ମ ମୟ ଜୀବନ ବିତାଇଛନ୍ତି।ବିଭାଗ ରେ ରହିଥିବା ବେଳେ ସେ ଏଭଳି ଏକ ପ୍ରେରେଣା ପାଇଛନ୍ତି କି ପ୍ରତ୍ୟେକ ଦିନ ୧୦/୧୫ଗଛ ପ୍ରତିଦିନ ଲାଗଇ ତାର ଦେଖା ରଖା କରନ୍ତି ।

ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଗୋଟିଏ ବ୍ୟାଗ ରେ କିଛି ଚାରା ଧରି ବାହାରନ୍ତି,ରୋଡ ସାଇଡ ବିଭିନ୍ନ କାର୍ଯ୍ୟାଳୟ, ମଠ,ମନ୍ଦିର ଯେଉଁଠି ପାରିଲେ ସେଠୀ ଗଛ ଲଗାଇ ଥାଆନ୍ତି।ନିଜ ସ୍ତ୍ରୀ, ଓ ପିଲା ମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି।ଦିନ ସାଢେ଼ ୧୧ଟା ପର୍ଯ୍ୟନ୍ତ ଏହି କାମ କରନ୍ତି । ସନ୍ଧ୍ୟାବେଳେ ଉର୍ବର ମାଟି ଯୋରି ପ୍ୟାକେଟ ରେ ଭର୍ତ୍ତିକରି ଚାରା ସୃଷ୍ଟି କରନ୍ତି।ରାୟଗଡ଼ା ର ବିଭିନ୍ନ ଜାଗାରେ ବିଭିନ୍ନ ଫୁଲ ଗଛ ଲଗାଇବା ଦ୍ଵାରା ଲୋକେ ଫୁଲ ପୂଜା ପାଇଁ ପାଇଯାନ୍ତି ।
ଏବେ ନିଜ ଗ୍ରାମ କାଶୀନଗର କୁ ଫେରିବା ପରେ ଏଯାଏଁ ୫୦୦ରୁ ଅଧିକ ଚାରା ରୋପଣ କରି ଜନ ମାନସ ତେବେ ଚର୍ଚ୍ଚିତ ଅଛନ୍ତି।ତାଙ୍କୁ ବୃକ୍ଷ ମାନବ ନାମ ରେ ଏହି ଅଞ୍ଚଳ ରେ ନିଜ ର ପରିଚୟ ସୃଷ୍ଟି କରିଛନ୍ତି।କାର୍ଯ୍ୟ ବଳରେ ଜନ ମାନସରେ ବେଶ୍ ଆଦୃତ ହୋଇଛନ୍ତି ।
No Result
View All Result