No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ୨୦୧୯ର ସାଧାରଣ ନିର୍ବାଚନ ଏବଂ ପରବର୍ତ୍ତୀ ସମସ୍ତ ଉପନିର୍ବାଚନରେ ହାରିବା ଭଳି ରାଜ୍ୟ ବିଜେପିକୁ ଏବେ ପଞ୍ଚାୟତ ଓ ପୌର ନିର୍ବାଚନରେ ହାରିବା ଜଳ ଜଳ ହୋଇ ଦିଶିଲାଣି । ତେଣୁ ପରାଜୟ ଭୟରେ ସେମାନେ ଏପରି ଭିତ୍ତିହୀନ ଏବଂ ମନଗଢା ବିବୃତ୍ତିର ଆଶ୍ରୟ ନେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ଏହି ପ୍ରସଙ୍ଗ ଏବେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ଅଛି ଏବଂ ଓଡିଶା ବିଜେପି ଏହି ପ୍ରସଙ୍ଗରେ ମାନ୍ୟବର ଅଦାଲତଙ୍କୁ ସମ୍ମାନ ଦେବା ଉଚିତ୍ ।
ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଓଡ଼ିଶା ବିଜେପି ତାହାର ଆଉ ଏକ ପରାଜୟ ନିଶ୍ଚିତ ହେବା ଜାଣି ନିଜର ମୁଖଲଜ୍ଜା ବଞ୍ଚାଇବା ପାଇଁ ଆଜି ପୁଣିଥରେ ଏଭଳି ବିବୃତ୍ତିବାଜି ଆରମ୍ଭ କରିଥିବା ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।
No Result
View All Result