No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ବରଗଡ଼ :- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବେହେରା ପାଲି ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଅନୀଲ ପାଢୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।
ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସପି ସାରା ଶର୍ମା ଙ୍କ ନିର୍ଦ୍ଦେଶନାରେ ବରଗଡ଼ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ୩ ଟି ଇନ୍ସପେକ୍ଟର ତିନୋଟି ଦଳ ଏକକାଳୀନ ପିଇଓ ପାଢ଼ୀ ଙ୍କ ବରଗଡ଼ ଡାଙ୍ଗ ମାତୃ ବିହାର ସ୍ଥିତ ବାସଭବନ, ବେହେରା ପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଏବଂ ବିଜେପୁର ବ୍ଲକ ଅନ୍ତର୍ଗତ ଲାଉ ମୁଣ୍ଡାସ୍ଥିତ ତାଙ୍କ ପୈତୃକ ବାସ ଭବନ ରେ ଚଢ଼ାଉ କରିଥିଲେ ।
ଏ ପର୍ଯ୍ୟନ୍ତ ବିଭାଗ ପକ୍ଷରୁ ୭୦ ଲକ୍ଷ ଟଙ୍କା ର ସମ୍ପତ୍ତି ଠାବ କରିଛନ୍ତି । ସେଥିରେ ଦୁଇ ମହଲା କୋଠାଘର, ବରଗଡ଼ ମାତୃ ବିହାର ଠାରେ ଦୁଇଟି ମୂଲ୍ୟବାନ ପ୍ଲଟ, ଗୋଟିଏ ଟାଟା ୭୦୯ ଟ୍ରକ, ଗୋଟିଏ ଟ୍ରାକ୍ଟର, ଦୁଇଟି କୁ ଓ୍ବିଲର,୫.୫୭ ଲକ୍ଷ ଟଙ୍କା ର ଜୀବନ ବୀମା ଏବଂ ନଗଦ ୬୯,୧୨୦ ଟଙ୍କା ଜବତ କରିଛନ୍ତି । ତଦନ୍ତ ଜାରି ରହିଛି । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result