No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ନୂଆଗାଁ:- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବେରୁଆଁ ଵାରୀ ପଞ୍ଚାୟତ ଅଧିନରେ ଥିବା ବନ୍ଧା ଭୂଇଁ ଗ୍ରାମରେ ଶନିଶ୍ଚର ମହାପ୍ରଭୁଙ୍କ ରତ୍ନମୂଦ ପ୍ରତିଷ୍ଠା ହୋଇଯାଇଛି।ସମସ୍ତ ନିତୀ କାନ୍ତି ଅନୁଯାୟୀ କଳସ ଯାତ୍ରା,ହୋମ, ଆଦି କରାଯାଇ ଜଙ୍ଗଲରୁ ଇନ୍ଦ୍ର , ଇନ୍ଦ୍ରାଣୀ ବୃକ୍ଷ ଆଣିବା ସହ ମୂର୍ତ୍ତି କରାଯାଇ ପୂର୍ବକ ରତ୍ନମୁଦ ସ୍ଥାପନ

କରାଯାଇଥିଲା।ବିଶିଷ୍ଟ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଯୋଗଦେଇଥିଲେ।ଗ୍ରାମର ବରିଷ୍ଠ ବ୍ୟକ୍ତି ସନାତନ ବେହେରା, ସଂସାରୀ ସାହୁ,ଶିବରାମ ସାହୁ,କବିରାଜ ବେହେରା,ଧନେଶ୍ଵର ବେହେରା,ସୋମନାଥ ସାହୁ,ସନ୍ତୋଷ ସାହୁ ଙ୍କ ସମେତ ରତ୍ନମୁଦ ପ୍ରତିଷ୍ଠା ଉତ୍ସବ ରେ ଅଂଶଗ୍ରହଣ କରିଥିଲେ।ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
No Result
View All Result