No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଜୁରିଆ ଗ୍ରାମ ର ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ ଘଟିଛି । ମିଳିଥିବା ସୂଚନା ଅନୁସାରେ ଜୁରିଆ ଗ୍ରାମ ର ଗୋରଚନ୍ଦ୍ର ସେଠ ଙ୍କ ପୁଅ ଅବିନାଶ ସେଠ( ୧୯) ଗ୍ରାମ ର ବନମାଳୀ ଛକ ବାହାଲ ଭଟଲି ଗ୍ରାମ ଯିବା ରାସ୍ତାରେ ଥିବା ଦମାଇପାଲି ଗ୍ରାମ ର ଲିଙ୍ଗରାଜ ରଣା ଙ୍କ ଆମବଗିଚାରେ ଥିବା ବୋରୱ।ଲ କୁ ଗାଧୋଇ ଯାଇଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ ହୋଇଥିଲା ।ପରିବାର ଲୋକଙ୍କୁ କ୍ଷତିପୂରଣ ଦାବିରେ ପାଟଣାଗଡ଼ ରୁ ପଦ୍ମପୁର ରାସ୍ତା ଜୁରିଆ ବସଷ୍ଟାଣ୍ଡ ରେ ଶବ ରଖି ରାସ୍ତା ଅବରୋଧ କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ ଲିଙ୍ଗରାଜ ରଣା ଦୀର୍ଘ ଦିନ ଧରି ବେଆଇନ ଭାବେ ରନ୍ଧା ମଦ ବିକ୍ରି କରିବାର କରୁଥିବା ବେଳେ ଅଞ୍ଚଳ ଯୁବ ଗୋଷ୍ଠୀ ମଦ ପିଇବାକୁ ପ୍ରତି ଆକୃଷ୍ଟ ହୋଇ ଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ତରୁନ୍ତ ବେଆଇନ ମଦ ବିକ୍ରି କରୁଥିବା ବେପାରୀ ଲିଙ୍ଗରାଜ ରଣା ଙ୍କୁ ଗିରଫ କରିବା ଓ ମୃତ୍ୟୁ ବରଣ କରିଥିବା ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଲୁହାସିଂହା ସରପଞ୍ଚ ରଞ୍ଜିତା ସୁନା ଓ ସମାଜସେବୀ ଲଲିତ ମୋହନ ସୁନା ଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଲରମ୍ଭା ଥାନା ଅଧିକାରୀ ବାରୁଣୀ ଦାସ , ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ,ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା , ବିଦ୍ୟୁତ ବିଭାଗ ଅଧିକାରୀ ଘଟଣାସ୍ଥଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କରିଥିଲେ ।
ପ୍ରାୟ ୬ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ପରେ ରେଡ୍ କ୍ରସ୍ରରୁ ୧୦ଟଙ୍କା ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଯୋଗାଇ ଦିଆଯିବା ଓ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ,ପିପିସି ସଭ୍ୟ ରମେଶ ଚନ୍ଦ୍ର ପୁରୋହିତ ରାସ୍ତାରୋକ ସ୍ଥଳକୁ ଯାଇ ଅଞ୍ଚଳ ରେ ବେଆଇନ ଭାବେ ଚାଲୁଥିବା ନିଶା କାରବାର ଯୋଗୁଁ ଅନେକ ଅସାମାଜିକ କାର୍ଯ୍ୟକଳାପ ଘଟଣା ବାରମ୍ବାର ବୃଦ୍ଧି ପାଇଛି । ପୋଲିସ ପେଟ୍ରୋଲିଂ କଡାକଡିକରିବାକୁ ଉପସ୍ଥିତ ଲରମ୍ଭା ଓ ପାଟଣାଗଡ଼ ଥାନା ଅଧିକାରୀ ଙ୍କୁ କହିଥିଲେ (ଗୋରେଖନାଥ ବରିହା)
No Result
View All Result