No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର) ଢେଙ୍କାନାଳ :- ଆଜି ପୂର୍ବାହ୍ନରେ ରାଷ୍ଟ୍ରୀୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡ଼ିଶା ମୁଖ୍ୟ ତଥା ରାଜସ୍ବ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀମତୀ କବିତା ରାୟ ଦାସ ଢେଙ୍କାନାଳ ଗସ୍ତ କରି ଜିଲ୍ଲାରେ ଚାଲିଥିବା ବୈଷୟିକ ସେବାର ଏକ ସାଧାରଣ ସର୍ବେକ୍ଷଣ କରିଛନ୍ତି। ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ମୃତ୍ୟୁଞ୍ଜୟ ନାୟକ ଜିଲ୍ଲାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଓ ବୈଷୟିକ ସେବା ସମ୍ବନ୍ଧୀୟ ପାୱାର ପଏଣ୍ଟ୍ ପ୍ରେଜେଣ୍ଟେସନ୍ ମାଧ୍ୟମରେ ଆଲୋକପାତ କରିଥିଲେ।
ଜିଲ୍ଲାପାଳ କାର୍ଯ୍ୟାଳୟରେ ନୂତନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ୱେବସାଇଟ୍ ର ବିଷୟବସ୍ତୁ ନିୟମିତ ଅପଡେଟ ରହିବା ନିମନ୍ତେ ନୂତନ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ଏବଂ ବୈଷୟିକ ସେବାର ଉପଯୋଗ କରି ରାଜସ୍ବ ସଂଗ୍ରହ ଓ ବିଭାଗର କାର୍ଯ୍ୟକୁ କିଭଳି ଲୋକାଭିମୁଖୀ କରାଯାଇପାରିବ ତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ, ଅତିରିକ୍ତ ଜିଲ୍ଲା ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ନନ୍ଦ, ଡେପୁଟି କଲେକ୍ଟର ଶ୍ରୀ ସ୍ମୃତି ରଞ୍ଜନ ମହାପାତ୍ର, ଅତିରିକ୍ତ ତହସିଲଦାର ଶ୍ରୀମତୀ ଅନୁପମା ମୁର୍ମୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସାରଦା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ମୁଖ୍ୟ ଅତିଥି ଜିଲ୍ଲା ସଦର ତହସିଲ ଗସ୍ତ କରି ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି କ୍ଷେତ୍ର ସ୍ତରୀୟ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ବୈଷୟିକ ଜ୍ଞାନ କୌଶଳ ସହାୟତାରେ ସରକାରଙ୍କର ବିଭିନ୍ନ କାର୍ଯ୍ୟର ସଫଳ ରୂପାୟନ କରିବାକୁ ପରାମର୍ଶ ଦେଇଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।
No Result
View All Result