No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର) କଳାହାଣ୍ଡି :- ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ଚାଷୀ ମାନେ ମୈ।ସୁମୀ ଠିକ ସମୟରେ ଆସିଛି ବୋଲି ଚାଷ କାର୍ଯ୍ୟରେ ତତ୍ପରତା ଦେଖାଇଥିଲେ । ପୁଣି ଚାଷ ପାଇଁ ବିହନ,ସାର ଓ କିଟନାଶକ ପ୍ରଥମରୁ ହିଁ ମହାଜନ, ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ ଆଣି ଚାଷ କାମରେ ଲଗାଇଥିଲେ। ହେଲେ ଶ୍ରାବଣ ମାସରେ ଅସରାଏ ଲେଖାଏଁ ବର୍ଷା ହେଲା ଯାହାକି ଖରା ମାସରୁ ବର୍ଷା ହୋଇ ନ ଥିବାରୁ ମାଟି ଟାଣି ନେଇଥିଲା।ବିଲ ଗୁଡିକରେ ପାଣି ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ। ଏହି ଦୁଇ ତିନି ଦିନରେ ବର୍ଷା ହେଲେ କିଛି ପରିମାଣରେ ଚାଷ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି ।
୧୫ ଦିନ ହୋଇଗଲେ ଯେତେ ବର୍ଷା ହେଲେ ସୁଦ୍ଧା ଚାଷ ହୋଇ ପାରିବ ନାହିଁ ବୋଲି ନର୍ଲା,ରୁପ୍ରାରୋଡ, ବରଗାଁ,ବିଲାଟ, ଛତାମହୁଲ,ଲାଖଗୁଡା,ବୁଢିପଦର, ବଲବସପୁର,ଲାଖପଦର,ଉଲକୁପା,ଗୋଖରା ରାକସି, ,ରୁପ୍ରା,ପଲମ, ମୁସ୍କୁଟି,ମୁରସିଂ, ଘୋଡାବନ୍ଧ , ଗିଗିନା,ଭୀମକେଲା, କର୍ମେ ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି। ଏ ବର୍ଷ ଶ୍ରାବଣ ମାସ ଶେଷ ସୁଦ୍ଧା ୨୦୦ ମିଲିମିଟର ବର୍ଷା ହୋଇଛି ଯାହାକି ଗତ ବର୍ଷ ଠାରୁ ବହୁତ କମ୍ । ଏହି ଅଞ୍ଚଳର କିଛି ଚାଷୀଙ୍କ ପାଖରେ ନଳକୂପ ଥିଲେ ସୁଦ୍ଧା ଇଲେକଟ୍ରିଫିକେସନ ହୋଇ ପାରି ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ। ଅଧ କିଲୋମିଟର ଦୂରରେ ଟ୍ରାନ୍ସଫରମର ଥିଲେ ସୁଦ୍ଧା ଇଲେକଟ୍ରି ବିଭାଗ ଚାଷୀମାନଙ୍କୁ ୧ ରୁ ୧.୫ ଟଙ୍କା ଲକ୍ଷ ଖର୍ଚ୍ଚ କରି ଅନ୍ୟ ଏକ ଟ୍ରାନ୍ସଫରମର ବସାଇବା ପାଇଁ କହୁଛନ୍ତି ଯାହାକି ଚାଷୀ ସେତିକି ସମ୍ବଳକ୍ଷମ ନୁହଁନ୍ତି।
କିଛି ଚାଷୀ ଧାନ ବୁଣି ଥିଲେ , ଧାନ ଗଛ ଛନଛନିଆ ହୋଇଥିଲା । ହେଲେ ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି। କେତେକ ସ୍ଥାନରେ ଧାନ ଗଜା ହୋଇ ପିଲ ହଲଦିଆ ଦେଖାଦେଲାଣି। ଏବେ ଆସନ୍ନ ମରୁଡ଼ି ଆଶଙ୍କା କରି ଚାଷୀ ହତାଶ ହେଉଛନ୍ତି।କେନାଲ ପଞ୍ଚାୟତରେ ମଧ୍ୟ ଚାଷ କାମ ଆଗେଇ ପାରୁନାହିଁ। କିଛି ଚାଷୀ ଡିଜେଲ ପମ୍ପ ସାହାଯ୍ୟରେ ରୁଆ,ବେଉଷଣ କାମ କରିବାକୁ ଦେଖିବାକୁ ମିଳୁଛି। ବର୍ତ୍ତମାନ ବର୍ଷ କର ଆୟ ବାହାର କରି କିପରି ଋଣ ଶୁଝିବେ ଏହା ନେଇ ଚାଷୀ ବର୍ଗ ମର୍ମାହତ ହୋଇ ବସିଲେଣି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)। ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର) କଳାହାଣ୍ଡି: ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକର ଚାଷୀ ମାନେ ମୈ।ସୁମୀ ଠିକ ସମୟରେ ଆସିଛି ବୋଲି ଚାଷ କାର୍ଯ୍ୟରେ ତତ୍ପରତା ଦେଖାଇଥିଲେ ।
ପୁଣି ଚାଷ ପାଇଁ ବିହନ,ସାର ଓ କିଟନାଶକ ପ୍ରଥମରୁ ହିଁ ମହାଜନ, ବ୍ୟାଙ୍କ ଓ ଅର୍ଥ ଲଗାଣକାରୀ ସଂସ୍ଥା ପକ୍ଷରୁ ଆଣି ଚାଷ କାମରେ ଲଗାଇଥିଲେ। ହେଲେ ଶ୍ରାବଣ ମାସରେ ଅସରାଏ ଲେଖାଏଁ ବର୍ଷା ହେଲା ଯାହାକି ଖରା ମାସରୁ ବର୍ଷା ହୋଇ ନ ଥିବାରୁ ମାଟି ଟାଣି ନେଇଥିଲା।ବିଲ ଗୁଡିକରେ ପାଣି ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ। ଏହି ଦୁଇ ତିନି ଦିନରେ ବର୍ଷା ହେଲେ କିଛି ପରିମାଣରେ ଚାଷ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ୧୫ ଦିନ ହୋଇଗଲେ ଯେତେ ବର୍ଷା ହେଲେ ସୁଦ୍ଧା ଚାଷ ହୋଇ ପାରିବ ନାହିଁ ବୋଲି ନର୍ଲା,ରୁପ୍ରାରୋଡ, ବରଗାଁ,ବିଲାଟ, ଛତାମହୁଲ,ଲାଖଗୁଡା,ବୁଢିପଦର, ବଲବସପୁର,ଲାଖପଦର,ଉଲକୁପା,ଗୋଖରା ରାକସି, ,ରୁପ୍ରା,ପଲମ,ମୁସ୍କୁଟି, ମୁରସିଂ,ଘୋଡାବନ୍ଧ ,ଗିଗିନା,ଭୀମକେଲା, କର୍ମେ ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି। ଏ ବର୍ଷ ଶ୍ରାବଣ ମାସ ଶେଷ ସୁଦ୍ଧା ୨୦୦ ମିଲିମିଟର ବର୍ଷା ହୋଇଛି ଯାହାକି ଗତ ବର୍ଷ ଠାରୁ ବହୁତ କମ୍ ।
ଏହି ଅଞ୍ଚଳର କିଛି ଚାଷୀଙ୍କ ପାଖରେ ନଳକୂପ ଥିଲେ ସୁଦ୍ଧା ଇଲେକଟ୍ରିଫିକେସନ ହୋଇ ପାରି ନ ଥିବାରୁ ଚାଷ କାମ ଆଗେଇ ପାରୁନାହିଁ। ଅଧ କିଲୋମିଟର ଦୂରରେ ଟ୍ରାନ୍ସଫରମର ଥିଲେ ସୁଦ୍ଧା ଇଲେକଟ୍ରି ବିଭାଗ ଚାଷୀମାନଙ୍କୁ ୧ ରୁ ୧.୫ ଟଙ୍କା ଲକ୍ଷ ଖର୍ଚ୍ଚ କରି ଅନ୍ୟ ଏକ ଟ୍ରାନ୍ସଫରମର ବସାଇବା ପାଇଁ କହୁଛନ୍ତି ଯାହାକି ଚାଷୀ ସେତିକି ସମ୍ବଳକ୍ଷମ ନୁହଁନ୍ତି। କିଛି ଚାଷୀ ଧାନ ବୁଣି ଥିଲେ , ଧାନ ଗଛ ଛନଛନିଆ ହୋଇଥିଲା । ହେଲେ ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି। କେତେକ ସ୍ଥାନରେ ଧାନ ଗଜା ହୋଇ ପିଲ ହଲଦିଆ ଦେଖାଦେଲାଣି । ଏବେ ଆସନ୍ନ ମରୁଡ଼ି ଆଶଙ୍କା କରି ଚାଷୀ ହତାଶ ହେଉଛନ୍ତି।କେନାଲ ପଞ୍ଚାୟତରେ ମଧ୍ୟ ଚାଷ କାମ ଆଗେଇ ପାରୁନାହିଁ। କିଛି ଚାଷୀ ଡିଜେଲ ପମ୍ପ ସାହାଯ୍ୟରେ ରୁଆ,ବେଉଷଣ କାମ କରିବାକୁ ଦେଖିବାକୁ ମିଳୁଛି। ବର୍ତ୍ତମାନ ବର୍ଷ କର ଆୟ ବାହାର କରି କିପରି ଋଣ ଶୁଝିବେ ଏହା ନେଇ ଚାଷୀ ବର୍ଗ ମର୍ମାହତ ହୋଇ ବସିଲେଣି। (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result