No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର )ବାଙ୍କୀ:-ଦୁର୍ବଳ ମୌସମୀ ଦୃଷ୍ଟିପାତ କାରଣରୁ ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ଡମପଡ଼ା ତହସିଲରେ ମରୁଡ଼ି ଆଶଙ୍କା ଶତପ୍ରତିଶତ ସୃଷ୍ଟି ହୋଇଛି । ବାଙ୍କୀ ଓ ଡମପଡ଼ା ବ୍ଲକରେ ବର୍ଷାର ପରିମାଣ ରେକର୍ଡ ଅନୁସାରେ ଯଦି ଖୋଜାଯାଏ ତାହାଲେ ଆବଶ୍ୟକ ହେଉଥିବା ବର୍ଷା ଠାରୁ ଏବର୍ଷ ଖରିଫ୍ ଋତୁପାଇଁ ଯଥେଷ୍ଟ କମ୍ ବର୍ଷା ହୋଇଛି । ଦୁଇଟି ଯାକ ତହସିଲର ଅଧିନସ୍ଥ ସମସ୍ତ ରାଜସ୍ୱ ଗ୍ରାମ ଓ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ଅଧିନସ୍ଥ ସମସ୍ତ ରାଜସ୍ୱ ଗ୍ରାମରେ ବର୍ଷା ଜଳର ପରିମାଣ କମ୍ ଥିବାରୁ ଖରିଫ୍ ଫସଲ ଶତପ୍ରତିଶତ ମରୁଡ଼ିର ଆଶା ସୃଷ୍ଟି ହୋଇଛି । ବଡ଼ ଦୁଃଖ ଓ ପରିତାପର ବିଷୟ ବାଙ୍କୀ ଉପଖଣ୍ଡର ଦୁଇଟି ତହସିଲ ଓ ବିଜ୍ଞାପିତ ଅଞ୍ଚଳର ସମସ୍ତ ଚାଷଜମି ନଦୀ ବନ୍ଧର ଦୂରତା ଠାରୁ ମାତ୍ର ୭ ରୁ ୮କି.ମି. ଦୂରତା ଥିଲେ ମଧ୍ୟ (୦) ଶୂନ ଜଳ ସେଚନ ଥିବାରୁ ଚାଷୀକୁଳ କ୍ଷତି ସହିବାକୁ ଯାଉଛନ୍ତି । ଅର୍ଥାତ୍ ରାଜ୍ୟ ସରକାରଙ୍କ କୃଷି ବୈଜ୍ଞାନୀକ କେନ୍ଦ୍ର ଦ୍ୱାରା ପ୍ରଦତ୍ତ ବର୍ଷା ଜଳ ପରିମାଣର ପରିସଂଖ୍ୟାନ ଅନୁସାରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ବାଙ୍କୀ ଉପଖଣ୍ଡ ଅଞ୍ଚଳବାସୀଙ୍କୁ ଭୟଭୀତ କରିଛିି । ତେଣୁ ବାଙ୍କୀ
ଉପଖଣ୍ଡରେ ଥିବା ୨ଟି ଯାକ ତହସିଲକୁ ଚଳିତ ବର୍ଷ ଖରିଫ୍ ଋତୁରେ ମରୁଡ଼ି ଘୋଷଣା କରାଯାଇ ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରାଯିବାକୁ ବାଙ୍କୀ କୃଷକ ପରିଷଦ ତରଫରୁ ଆଜି ବାଙ୍କୀ ଉପଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସ୍ୱତନ୍ତ୍ର କମିଶନର ପ୍ରଦୀପ ଜେନାଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ବାଙ୍କୀ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତରେ ସହକାରୀ ଜିଲ୍ଲାପାଳ ସୀତାକାନ୍ତ ରାଉତ ଗ୍ରହଣ କରିଥିଲେ । ଦାବିପତ୍ରର ନକଲ କଟକ ଜିଲ୍ଲାପାଳ ଓ ବାଙ୍କୀ କୃଷି ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ବାଙ୍କୀ କୃଷକ ପରିଷଦ ସଭାପତି ଉତ୍କଳ ମଣୀ ମନ୍ତ୍ରୀ , ଉପସଭାପତି ସରୋଜ କୁମାର ମତଗଜ ସିଂହ, ସଂପାଦକ ନିକୁଞ୍ଜ ସୁତାର, ସଂଗଠନ ସଂପାଦକ ଅମୂଲ୍ୟ କୁମାର ପ୍ରଧାନ, କର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦୀପ କୁମାର ପଟ୍ଟନାୟକ, ତ୍ରିଲୋଚନ ମଲ୍ଲିକ, ସୁବାସ ଚନ୍ଦ୍ର ମଲ୍ଲିକ, ପ୍ରଭାକର ଜେନାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ଶତାଧିକ ଚାଷୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଦାବିପତ୍ର ପ୍ରଦାନ କରିଛନ୍ତି ।
No Result
View All Result