No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର )ବାଙ୍କୀ:- ଆଜି ଭାରତୀୟ ଜନତାପାର୍ଟିର ପ୍ରତିନିଧି ଦଳ କୁସପଙ୍ଗି ପଞ୍ଚାୟତରେ ହୋଇଥିବା ଏନ୍.ଆର.ଜି. ଏ କାମଗୁଡ଼ିକୁ ପ୍ରତ୍ୟେକ୍ଷ ଭାବରେ ଅନୁଧ୍ୟାନ କରିବା ପାଇଁ ସମସ୍ତ ପ୍ରକଳ୍ପ ଗୁଡ଼ିକୁ ଗସ୍ତ କରି ଅନୁଧ୍ୟାନ କରିଥିଲେ । ପଞ୍ଚାୟତର ସମସ୍ତ ଗ୍ରାମର କାମଗୁଡ଼ିକ କେଉଁଠି କାମ ନସାରି ବିଲ୍ ଉଠାଇ ନେଇଛନ୍ତି ତ ଆଉ କେଉଁଠି ଅଧାପାନ୍ତରିଆ କାମ କରିଛନ୍ତି । ଆଉ କେତକ ସ୍ଥାନରେ ଗୋଟିଏ କାମକୁ ବିଭିନ୍ନ ନାମକରଣ କରି ବାରମ୍ବାର ବିଲ୍ ଉଠାଇ ନେଇଛନ୍ତି । ଏହାର ନମୁନା ନିସ୍ତିପୁର ଶିଶୁ ଉଦ୍ୟାନ ଓ ଗ୍ରାମାଅଞ୍ଚଳ ପାର୍କ ନାମରେ ୧୯ଲକ୍ଷ ୮୭ହଜାର ୭୪୭ଟଙ୍କା ଉଠାଇଥିବା ବେଳେ କେବଳ ଇଶାନଶ୍ୱର ମନ୍ଦିରର ବଗିଚା ଯାହା ମଧ୍ୟରେ କିଛି ସିମେଣ୍ଟ୍ ଚୌକି ଓ ଗୋଟିଏ ଲୁହା ଦୋଳି ଓ ପାଚେରୀରେ ସୀମିତ । ଠିକ୍ ସେହିପରି କୁସୁପଙ୍ଗି ଗ୍ରାମରେ ଶିଶୁ ଉଦ୍ୟାନ ଓ ଗ୍ରାମାଞ୍ଚଳ ପାର୍କ ନାମରେ ଦୁଇଟି ଫଳକ ଲଗାଇ ୨୦ଲକ୍ଷଟଙ୍କା ଆତ୍ମସାତ୍ କରିଛନ୍ତି । ରାଜୀବ ନଗର ଗ୍ରାମରେ ବ୍ରାହ୍ମଣୀ ଗାଡ଼ିଆ ପୋଖରୀ ପୁନଃର୍ଦ୍ଧାର ନାମରେ ୨ଲକ୍ଷ ଏବଂ ରାଜୀବ ନଗର ବ୍ରାହ୍ମଣୀ ପୋଖରୀ ନାମରେ ୫ଲକ୍ଷ ଟଙ୍କା ବିଲ୍
କରିନେଇଛନ୍ତି । ପୁଣି ରାଜୀବ ନଗର ପୋଖରୀ ନାମରେ ଆହୁରି ୫ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି । ରାଜୀବ ନଗରରେ ଗୋଟିଏ ପୋଖରୀକୁ ଦେଖାଇ ତିନି ତିନି ଥର ବିଲ୍ ଉଠାଇ ନେଇଛନ୍ତି । ରାଜୀବ ନଗରରେ କୁକୁଡ଼ା ଡିମ୍ବ ପୋଖରୀ ବୋଲି କୌଣସି ପୋଖରୀ ନାହିଁ ବୋଲି ଗ୍ରାମବାସୀମାନେ କହିଥିବା ବେଳେ ସେ ପୋଖରୀ ନାମରେ ଟଙ୍କା ହଡ଼ପ କରିଛନ୍ତି ବୋଲି ଆପତ୍ତି କରିଛନ୍ତି । ନିସ୍ତିପୁର ପଦ୍ମ ପୋଖରୀ, ଜିମ୍ ସେଣ୍ଟରର ଉନ୍ନତି, କାଠଶଙ୍ଖ ନାଳ ଉନ୍ନତି କରଣ, ଅରାଚଣ୍ଡୀ ପୋଖରୀ ଉନ୍ନତି କରଣ, କୁସୁପଙ୍ଗି ଗ୍ରାମ ଖେଳପଡିଆ , କୁସପଙ୍ଗି ହାଇସ୍କୁଲ ଜମି ଉନ୍ନତିକରଣ, ଇନ୍ଦୁମତୀ ପାଟଣା ପ୍ରାଇମେରୀ ସ୍କୁଲର ଜମି ଉନ୍ନତି କରଣ ପ୍ରଭୃତି କିଛି କାମ ନହୋଇ ପାଖାପାଖି ୩୦ଲକ୍ଷ ଟଙ୍କା ଉଠାଇ ନେଇଛନ୍ତି । ଏହା ଛଡ଼ା ଅନ୍ୟସବୁ ପ୍ରକଳ୍ପ ନାମରେ ବରାଦ ହୋଇଥିବା ଅର୍ଥର ନାମକୁ ମାତ୍ର କାମ କରି ସମ୍ପୂର୍ଣ୍ଣ ପଇସା ଉଠାଇ ନେଇଥିବାର ଜଣାପଡ଼ିଛି । ଏଥିରୁ ଅନୁମାନ ହେଉଛି କି
ଏଭଳି ହରିଲୁଟରେ ସରପଞ୍ଚ, ଜି.ଆର.ଏସ୍. ଜେଇ. ପି.ଇ.ଓ, ଆସିଷ୍ଟାଣ୍ଟ୍ ଇଂଜିନିୟର ଏବଂ ବିଡ଼ିଓଙ୍କ ସମ୍ପୂର୍ଣ୍ଣ ଜାଣତରେ ଓ ଭାଗିଦାରିରେ ଏ ସବୁ ବାଟମାରଣା କରିଛନ୍ତି । ଆଶ୍ଚର୍ଯ୍ୟର କଥା ସାରା ପଞ୍ଚାୟତରେ କୋଟି କୋଟି ଟଙ୍କାର ଏନ୍.ଆର.ଇ.ଜି.ଏ ପ୍ରକଳ୍ପ କିପରି ଭାବରେ ସାଧାରଣ ଲୋକଙ୍କ କାମରେ ନଲାଗି ସିମିିତ ବିଜେଡ଼ି କର୍ମୀମାନେ ହାତେଇଛନ୍ତି ତାହା ଅନୁସନ୍ଧାନ କରି ବିିହିତ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରାଯାଇଛି । ଏହି ପ୍ରତିନିଧି ଦଳରେ ବିଜେପି ନେତା ତଥା ବାଙ୍କୀ ନିର୍ବାଚନ ମଣ୍ଡଳିର ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ସୀତାକାନ୍ତ ମିଶ୍ର ଜିଲ୍ଲା ଉପସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ବିଭୂତି ରାୟ, ନଗର ସଭାପତି ସଂଜୟ ରଣା, ସବୁର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ, ନଗର ଉପସଭାପତି ପ୍ରସନ୍ନ ବେହେରା, ଡମପଡ଼ା ଜିଲ୍ଲା ପ୍ରତିନିଧି
ନିରଜ ସ୍ୱାଇଁ, ମଣ୍ଡଳ ସାଧାରଣ ସଂପାଦକ ଦାସରଥି ପଡିହାରୀ, ନଗର କୃଷକ ମୋର୍ଚ୍ଚା ସଭାପତି ଅଜିତ୍ କୁମାର ସୁବୁଦ୍ଧି, ଯୁବନେତା ହେମନ୍ତ ଜେନା, ଜଗନ୍ନାଥ ନାୟକ , କୃଷ୍ଣଚନ୍ଦ୍ର ରଣା, ଅବିନାଶ ନାୟକ, ବସନ୍ତ ଦଳେଇ, ନିରଞ୍ଜନ ବେହେରା ଓ ପ୍ରକାଶ ବସନ୍ତରା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ସମ୍ପର୍କରେ କୁସୁପଙ୍ଗି ସରପଞ୍ଚ ପୁଷ୍ପଲତା ପରିଡା ଙ୍କୁ ପଚରିବାରୁ ସେ କହିଲେ ବିଜେପି ଆଣିଥିବା ସମ୍ପୂର୍ଣ୍ଣ ଅଭିଯୋଗ ଭିତ୍ତି ହୀନ ।ଆମ ପଞ୍ଚାୟତ ରେ ସମସ୍ତ କାର୍ଯ୍ୟ ସଠିକ ରୂପେ ହୋଇଛି।୩ବର୍ଷ ର କାର୍ଯ୍ୟ କୁ ବିଜେପି ରାଜନୈତିକ ଆକ୍ରୋସ ଓ ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ମତେ ଓ ମୋ ଦଳ କୁ ବଦଲାମ କରୁଛନ୍ତି।ମୋ ପଞ୍ଚାୟତ ର ସମସ୍ତ କାର୍ଯ୍ୟ ତଦନ୍ତ ଚାଲୁଛି ଖୁବ ଶୀଘ୍ର ଏହାର ଚୂଡାନ୍ତ ରିପୋର୍ଟ ସର୍ବ ସମୂଖ ରେ ପ୍ରକାଶ କରିବି।
No Result
View All Result