No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଜେଏମଏଫସି କୋର୍ଟ ସ୍ଥାପନ ବିଲମ୍ବ ନେଇ ଜନ ଅସନ୍ତୋଷ ବଢୁଛି । ନର୍ଲା ବାର ଆସୋସିଏସନ୍ ସଭାପତି ଚନ୍ଦ୍ରଶେଖର ଚାନ୍ଦ, ପୂର୍ବତନ ସଭାପତି କୁବେର ସାହୁ, ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବିଶ୍ୱ ରଂଜନ ଭୋଇ, ସରୋଜ କୁମାର ସାହୁ, ନର୍ଲା ସରପଂଚ ଚିରଞ୍ଜିବୀ ଗୈାଡିଆ ଓ ନର୍ଲା ଅଞ୍ଚଳର ଜନସାଧାରଣ ଜେଏମଏଫସି କୋର୍ଟ ସ୍ଥାପନ ନେଇ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ୨୦୧୮ ମସିହାରେ ପୂର୍ବତନ ବାର ଆସୋସିଏସନ୍ ସଭାପତି କୁବେର ସାହୁଙ୍କ ନେତୃତ୍ୱରେ ନର୍ଲା ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବିଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କୁ ଦିଆଯାଇଥିଲା ।
ଏହାର ପରବର୍ତ୍ତୀ ସମୟରେ ଜିଲ୍ଲା ଦୈ।ରା ଜଜ୍ ପ୍ରାରମ୍ଭିକ ଅଦାଲତ ଖୋଲିବା ପାଇଁ ଆବଶ୍ୟକ ଭିତ୍ତିଭୂମୀ ଉପରେ ତର୍ଜମା କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଇତି ମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ନର୍ଲା ଠାରେ ଏହି କୋର୍ଟ ସ୍ଥାପନ ନେଇ ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି । ଏ ଦିଗରେ ନର୍ଲା ବିଧାୟକ ଭୂପିନ୍ଦର ସିଂ ସ୍ଵତନ୍ତ୍ର ଦୃଷ୍ଟି ଦେଇ ନର୍ଲା ଠାରେ ତୁରନ୍ତ ଜେଏମଏଫସି କୋର୍ଟ ସ୍ଥାପନ କରାଯାଉ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result