ପାଟଣାଗଡ଼ ରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କ ଜନ ଆର୍ଶିବାଦ ଯାତ୍ରା : ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ସୋମବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ଗସ୍ତ ରେ ଆସି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଜନ ଆର୍ଶିବାଦ ଯାତ୍ରା ରେ କଣ୍ଟାବାଞ୍ଜି ରୁ ପାଟଣାଗଡ଼ ଦେଇ ବଲାଙ୍ଗୀର ଯିବା ସମୟରେ ପାଟଣାଗଡ଼ ଠାରେ ଏକ ରୋଡ ଶୋ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ଙ୍କ ସହ ବହୁ କର୍ମି ଗଙ୍ଗାସାଗର ଗ୍ରାମ ରେ ସ୍ଵାଗତ କରିଥିଲେ । ବାଇକ୍ ରାଲିରେ ରୋଡ ଶୋ କରି ମନ୍ତ୍ରୀଙ୍କୁ ସ୍ଵାଗତ କରି ପାଛୋଟି ଆଣିବା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗଙ୍ଗାଧର ପାର୍କ ସ୍ଥିତ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ବଲାଙ୍ଗୀର ସାଂସଦ ସଂଗୀତ କୁମାରୀ ସିଂ ଦେଓ , ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ , ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି , ଜିଲ୍ଲା ବିଜେପି ଯୁବ ସଭାପତି ସୁଶାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ପାଟଣାଗଡ଼ ସିଟି ଜେନ ଫୋରମ୍ ସଭାପତି ଦର୍ପଗଞନ ପଟ୍ଟନାୟକ, ନୂତନ ସିଟି ଜେନ ଫୋରମ୍ ସଭାପତି ଘନଶ୍ୟାମ ମେହେର , ଜିଲ୍ଲା କୃଷକ ସଂଘ ର ସଭାପତି ଜତି ପ୍ରଧାନ ,

ପାଟଣାଗଡ଼ ବଣିକ ସଂଘ ସଭାପତି ରାଜେଶ ମେହେର ଙ୍କ ସମେତ ବହୁ ସଂଗଠନ ର ସଭାପତି ମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ପଶ୍ଚିମ ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ ଗଠନ ଦାବିରେ ୟୁଥ କୋଶଳ କୋଡିନେସନ କମିଟି ପାଟଣାଗଡ଼ ପକ୍ଷରୁ ରାମପୁର ଠାରେ ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ପଶ୍ଚିମ ଓଡ଼ିଶା କୁ ସ୍ଵତନ୍ତ୍ର ରାଜ୍ୟ ଗଠନ କରିବାକୁ ଅନୁରୋଧ କରିଥିଲେ ।(ଗୋରେଖନାଥ ବରିହା )