• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କନ୍ଦରାଭଟା ଜଳମହାଦେବ ପୀଠ : ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି କୁ ଆସିଲେ ଗୈାରବ ଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ

Abhimanyu Maharana by Abhimanyu Maharana
August 23, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କନ୍ଦରାଭଟା ଜଳମହାଦେବ ପୀଠ : ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି କୁ ଆସିଲେ ଗୈାରବ ଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ହରିଶଙ୍କର ପୀଠ ଗନ୍ଧମାର୍ଦ୍ଦନ ପାଦଦେଶରେ ଅବସ୍ଥିତ। ପର୍ବତ ର ପଶ୍ଚିମ ଦିଗ ର ହରିଶଙ୍କର ପୀଠ ଠାରୁ ପ୍ରାୟ ୪ କିମି ଦୂରରେ ଅବସ୍ଥିତ ଜଳମହାଦେବ ପୀଠ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସଦରମହକୁମା ଠାରୁ ପ୍ରାୟ ୫୦ କିମି ଦୂର ଖପ୍ରାଖୋଲ ବ୍ଳକ ମହରାପଦର ପଂଚାୟତର କନ୍ଦରାଭଟା ରୁ ପ୍ରାୟ ଦୁଇ କିମି ଦୂରରେ ଅବସ୍ଥିତ ଜଳମହାଦେବ ପୀଠ । ଗନ୍ଧମାର୍ଦ୍ଦନ ପାହାଡ଼ ପ୍ରାକୃତିକ ଘେରା ଏହି ଜଳ ମହାଦେବ ପୀଠ । ଗନ୍ଧମାର୍ଦ୍ଦନ ପାହାଡ଼ ରୁ ପ୍ରବାହିତ ଝରଣାର ସୁଅ ର ଶୃଙ୍ଖ ରେ ଜଳ ମହାଦେବ ରୁପେ ବହୁ ଆବାହନ କାଳ ରୁ ପୂଜା ପାଉଛନ୍ତି ।

କିମ୍ବଦନ୍ତୀ ଅନୁସାରେ କନ୍ଧ ଆଦିବାସୀ ସଂପ୍ରଦାୟ ର ଲୋକେ ସାହୁକାର ପାଖରୁ ଧାର କରଜ ଆଣିଥିଲେ ହେଲେ ତାକୁ ନିର୍ଧାରିତ ସମୟ ଶୁଝି ନପାରିବାରୁ ସାହୁକାର ଙ୍କ ଭୟରେ ଆଦିବାସୀ କନ୍ଧ ପରିବାର ର ସମସ୍ତ ସଦସ୍ୟ ଗନ୍ଧମାର୍ଦ୍ଦନ ପାହାଡ଼ ରେ ଲୁଚି ରହି କନ୍ଦମୂଳ ସଂଗ୍ରହ କରି ଜୀବନ ବଞ୍ଚାଉଥିଲେ । ଦିନେ କନ୍ଧ ବୁଢ଼ା କନ୍ଦମୂଳ ଖୋଲୁଥିବା ବେଳେ କୋଦଳ ବାଜି ଯିବା ରୁ ଲିଙ୍ଗ ରୁ ରକ୍ତ ବାହାରୁଥିବା ଦେଖିବାକୁ ପାଇଥିଲେ । ସେଦିନ ରାତିରେ କନ୍ଧ ବୁଢ଼ା ଙ୍କୁ ସ୍ବପ୍ନାଦେଶ ରେ ଜଳ ମହାଦେବ ନାମରେ ପୂଜାର୍ଚ୍ଚନା କରିବାକୁ କହିଥିଲେ ବୋଲି ବର୍ତ୍ତମାନ ମନ୍ଦିର ପୂଜକ ଶ୍ରୀ ଦୁର୍ଯ୍ୟୋଧନ ଭୂଏ କହିଛନ୍ତି ।

ସେଦିନ ଠାରୁ ପୂଜା କରିଆସୁଥିବା ବେଳେ ବଲାଙ୍ଗୀର ମହାରାଜା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଜଳ ମହାଦେବ ଆବିର୍ଭାବ ହୋଇ ଥିବା ପ୍ରାୟ ଅଧ କିମି ଦୂରରେ ମନ୍ଦିର ନିର୍ମାଣ କରିଛନ୍ତି ଓ ଜଳମହାଦେବ ଙ୍କ ସମେତ ଦୂର୍ଗା , ଲକ୍ଷ୍ମୀ ନାରାୟଣ , ଗଣେଶ ବୃଷଭ ଆଦି ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ସ୍ଥାପନ ସହ ପୂଜାପାଉଛନ୍ତି । କିନ୍ତୁ ମନ୍ଦିର ରୁ ଅଧ କିମି ଦୂରରେ ପୂର୍ବରୁ ଆବିର୍ଭାବ ହୋଇ ଥିବା ଝରଣା ର ଶୁଅ ରେ ଜଳମହାଦେବ ଙ୍କୁ ଦେଖିବା ଓ ଦର୍ଶନ କରିବା କୁ ଶ୍ରଦ୍ଧାଳୁମାନେ ବେଶ ଆଗ୍ରହ କରି ଥାନ୍ତି । ଜଳମହାଦେବ ଙ୍କ ପାଖକୁ ଯିବା ବହୁ କଷ୍ଟରେ ଜଙ୍ଗଲ ଘେରା ପଥର ଉପରେ ଅଧ କିମି ଯିବାକୁ ହୋଇଥାଏ ।

ଚାରି ପଟେ ସବୁଜ ବନାନୀ ଗନ୍ଧମାର୍ଦ୍ଦନ ପାହାଡ଼ ଘେରା ଆଢ଼ୁଆଳରେ ଏହି ଜଳ ମହାଦେବ ପୀଠ ପ୍ରାକୃତିକ ଦୃଶ୍ୟ ପଟ୍ଟ ଅତି ରମଣୀୟ ଜଙ୍ଗଲ ମଧ୍ୟରେ ଅବସ୍ଥିତ ହୋଇଥିବା ହେତୁ ଶ୍ରଦ୍ଧାଳୁମାନଙ୍କୁ ବେଶ୍ ଆକୃଷ୍ଟ କରିଥାଏ । ପର୍ଯ୍ୟଟକ ମାନେ ସୈ।ନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ଛାଡ଼ି ଫେରିବାକୁ କୁଣ୍ଠାବୋଧ କରିଥାନ୍ତି । ଜଳମହାଦେବ ପୀଠ ରେ ପାନୀୟ ଜଳର ସୁବିଧା , ମଣ୍ଡପ ,ଷ୍ଟଲ ନିର୍ମାଣ ର ଆବଶ୍ୟକ ରହିଛି । ଏହି ପୀଠ କୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ପୀଠର ବିକାଶ ଦିଗରେ ସରକାରଙ୍କ ଦୃଷ୍ଟି ପଡି ନାହିଁ । ପୀଠ କୁ ଯିବା କୁ ଭଲ ରାସ୍ତାଟିଏ ନଥିବାରୁ ଯିବା ଆସିବା ରେ ଘୋର ଅସୁବିଧା ସମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ସ୍ଥାନୀୟ ଅଞ୍ଚଳବାସୀ ଙ୍କୁ ନେଇ ଜଳମହାଦେବ ସଂକ୍ରାନ୍ତି କମିଟି ନାମରେ ଏକ କମିଟି ଗଠନ କରାଯାଇଛି ଏବଂ ମନ୍ଦିର ପରିଚାଳନା ରେ ବହୁ ଆଡମ୍ବର ନହେଲେ ମଧ୍ୟ ବର୍ଷ ର ପ୍ରତ୍ୟେକ ପର୍ବ ପର୍ବାଣୀ ରେ ଏଠାରେ ଶ୍ରଦ୍ଧାଳୁମାନଙ୍କ ବିଶେଷ ସମାଗମ ହୁଏ । ମାସର ସଂକ୍ରାନ୍ତି , ସୋମବାର , ଶ୍ରାବଣ ପୂର୍ଣ୍ଣିମା , ମହାଶିବରାତ୍ରି ଦିନ ମାନଙ୍କରେ ଜିଲ୍ଲା ତଥା ପଡୋଶୀ ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଅସମ୍ଭାଳ ହୋଇ ପଡ଼େ ବୋଲି ସ୍ଥାନୀୟ ଲୋକେ କହନ୍ତି । ବର୍ତ୍ତମାନ ବଲାଙ୍ଗୀର ମହାରାଜା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଆବଶ୍ୟକ ଯୋଗଦାନ ଓ ସହଯୋଗ ଦେଇ ଆସୁଛନ୍ତି ବୋଲି ପୂଜକ ଶ୍ରୀ ଦୁର୍ଯ୍ୟୋଧନ ଭୂଏ କହିଛନ୍ତି । ଜଳ ମହାଦେବ ପୀଠ ଗନ୍ଧମାର୍ଦ୍ଦନ ପାହାଡ଼ ଶେଷରେ ଅବସ୍ଥିତ ଥିବାରୁ ଓଡ଼ିଶା ପର୍ଯ୍ୟଟନ ବିଭାଗ ର ଦୃଷ୍ଟି କୁ ଆସୁନାହିଁ ।

ପୀଠ ରେ ଷ୍ଟଲ୍ ନଥିବାରୁ ଛୋଟ ଛୋଟ କୁଡ଼ିଆ କରି ପୂଜା ସାମଗ୍ରୀ ବ୍ୟବସାୟୀ ବିକ୍ରି କରୁଥିବା ଦେଖିବାକୁ ମିଳେ । ଏହି ଜଳ ମହାଦେବ ପୀଠ ପ୍ରତି ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ବିଭାଗ କତ୍ତୃପକ୍ଷ ଙ୍କ ସାମାନ୍ୟତମ ଦୃଷ୍ଟି କୁ ଆସିଲେ ଏହା ଓଡ଼ିଶାରାଜ୍ୟ ଗୈାରବ ଶାଳୀ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ହୋଇ ପାରିବ ଏଥିରେ ତିଲେ ମାତ୍ର ସନ୍ଦେହର ଅବକାଶ ନାହିଁ । ସଂପୃକ୍ତ ବିଭାଗ , ବିଭାଗୀୟ ମନ୍ତ୍ରୀ , ବର୍ତ୍ତମାନ ବିଧାୟକ, ଏବଂ ରାଜବଂଶର ମହାରାଜା ଏଥି ପ୍ରତି ଦୃଷ୍ଟି ଦେବା କୁ ଅଞ୍ଚଳ ବାସୀ ଙ୍କ ସହ ପର୍ଯ୍ୟଟକ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଦାବି ହେଉଛି ।  (ଗୋରେଖନାଥ ବରିହା )

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

July 5, 2022
ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

July 5, 2022
ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ବରାହ ନୃସିଂହ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ବରାହ ନୃସିଂହ ଅବତାର ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

July 5, 2022
ପାରଳାଖେମୁଣ୍ଡି ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି : ୬୦ ଅଭିଯୋଗ ଶୁଣିଲେ – ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ପାରଳାଖେମୁଣ୍ଡି ଠାରେ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି : ୬୦ ଅଭିଯୋଗ ଶୁଣିଲେ – ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

July 5, 2022

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

୫୫ ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ – ୨୯.୩୬ କୋଟି ଟଙ୍କା ମଞ୍ଜୁର

July 5, 2022
ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ବକୃତା, ପ୍ରବନ୍ଧ, କବିତା ଆବୃତ୍ତି ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ

July 5, 2022
  • About
  • Advertise
  • Privacy & Policy
  • Contact

© 2020 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2020 Odisha Taza News.