No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ତୁଳତି ପଂଚାୟତ ସ୍ଥିତ ତୁଳତି ଗାଁର ସୁନା ଝିଅ ଭାଲିନା ଭାଲେଂଟିନା କରାଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବ ଆଣିଥିବାରୁ ତାଙ୍କୁ କୋରାଇ ଅଂଚଳର ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏହି ଗୌରବା ଆଣଣିଥିବା ସୁନା ଝିଅ ଭାଲେଂଟିନା ତୁଳତି ଗ୍ରାମର ରାଧାରଣମ ମହାନ୍ତି(ପାଗୁନୀ)ଙ୍କ ସୁକନ୍ୟା ଅଟନ୍ତି । ଭାଲେଂଟିନା କରାଟି ପ୍ରତିଯୋଗିତାରେ ଜାତୀୟ ସ୍ତରରେ ୧୬ଥର ଭାଗନେଇ ଥିଲା ବେଳେ ୧୫ଥର ଆନ୍ତର୍ଜାତୀୟ ସ୍ତରରେ ଭାଗନେଇଛନ୍ତି । ଅନୁଷ୍ଠିତ ପ୍ରତିଯୋଗିତାରୁ ୨୨ସ୍ୱ ଣ୍ଣ ର୍, ୩ଟି ରୌପ୍ୟ ଓ ୬ଟି କାଂଶ୍ୟ(ବ୍ରୋଂଚ) ପଦକ ହାସଲ କରିଛନ୍ତି ।

ଜାତୀ ୟ ଓ ଆନ୍ତର୍ଜାତୀୟ ସ୍ତରରେ ଅଂଚଳକୁ ପରିଚତ କରାଇବା ତଥା ଗୌରବ ଆଣିଥିବା ସୁନା ଝିଅ ଭାଲିନା ଭାଲେଂଟିନାକୁ ନିଜ ତୁଳତି ପଂଚାୟତ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ସେ ଜାତୀୟସ୍ତର ପ୍ରତିଯୋଗିତା ପାଇଁ ବାହାରେ ଥିବାରୁ ଭାଲେଂଟିନା ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ପାରିନଥିଲେ । ତାଙ୍କ ତରଫରୁ ତାଙ୍କ ଭାଇଙ୍କୁ ଏହି ପରିପ୍ରେକ୍ଷିରେ ପଂଚାୟତର ସରପଂଚ ଦୀପ୍ତିମୟୀ କୁଅଁର ମାନପତ୍ର ଓ ଉତରୀ ଦେଇ ସମ୍ବର୍ଦ୍ଧିତ ସାମଗ୍ରୀ ପ୍ରଦାନ କରିଥିଲେ । ଝିଅମାନେ ଆଉ ଘରେ ବସିନରହି ନିଜର ସୁଗୁଣ ତଥା ପ୍ରତିଭା ବିକଶିତ କରି ଭାଲେଂଟିନାଙ୍କ ଭଳି ଜଣଙ୍କ ପରେ ଜଣେ ବିଭିନ୍ନ ସ୍ତରରୁ ଅଂଚଳ ପାଇଁ ଗୌରବ ଆଣିବାକୁ ପରାମର୍ଶ ଦେଇଥିଲେ ।

ଅନ୍ୟ ପକ୍ଷରେ ଜାତୀୟ ସ୍ତର ପ୍ରତିଯୋଗିତାକୁ ଯାଇଥିବା ଭାଲେଂଟିନାକୁଙ୍କ ଏହି ଅବସରରେ ସରପଂଚ ଶ୍ରୀମତୀ କୁଅଁରଙ୍କ ସମେତ ଅଂଚଳବାସୀ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ସଫଳତା କାମନା କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ନୃସିଂହ ଚରଣ ମହାରଣା,ୱାର୍ଡ ସଭ୍ୟା ମାଳତୀ ପଲେଇ, କମଳିନୀ ଜେନା, ପ୍ରଫୁଲ୍ଲ ମଲିକ, କହ୍ନେଇ ରାଜ, ରୀତା ସ୍ୱାଇଁ ପ୍ରମୁଖ ପଂଚାୟତର ସମସ୍ତ ୱାର୍ଡସଭ୍ୟ/ ସଭ୍ୟା ଉପସ୍ଥିତ ଥିଲେ । ଶେଷରେ ୱାର୍ଡସଭ୍ୟା ମଞ୍ଜୁଲତା ସମାଲ ଧନ୍ୟବାଦ ଅର୍ପଣ କରିଥିଲେ । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)
No Result
View All Result