No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଅଡବା ଥାନା ଏସଆଇ ହୃଷିକେଶ ପଣ୍ଡା ଓ କର୍ମଚାରୀ ରବିବାର ପୂର୍ବାହ୍ନ ସମୟରେ ଖାରିଗୁଡା ବୁ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଉଲିଆ ପଦା ଗ୍ରାମ ଛକଠାରେ ଏକ ଅଟୋ ନଂ-ଓଡି୦୭ ଏସ ୪୩୬୪ ଦୁର୍ଗମ ଅଞ୍ଚଳର ଗୁଣ୍ଡୁରୀପଙ୍କା ଗ୍ରାମରୁ ଗଞ୍ଜେଇ ଆଣି ଏକ ଟ୍ରକ ନଂ-ଡବ୍ଲ୍ୟୁ ବି୭୩ ଡି୪୯୪୧ରେ ଲୋଡ କରୁଥିବା ବେଳେ ପାଖରେ ରହିଥିବା ୨ଟି ବାଇକ ନଂ ଓଡି୦୭ ଡବ୍ଲ୍ୟ ୭୪୫୩ ଓ ଓଆର୦୭ଭି୩୩୭୮ ଟ୍ରକକୁ ପହରା ଦେବାପାଇଁ ସେଠାରେ ରହିଥିଲା । ପୁଲିସ ଏମାନଙ୍କୁ ଦେଖି ସନ୍ଦେହରେ ଚଢ଼ାଉ କରିବା ବେଳେ ଗାଡିରୁ ୪୫୨କିଲେ। ଗଞ୍ଜେଇ ଜବତ କରିବା ସହ ଟ୍ରକ,ଅଟୋ ଓ ଦୁଇଟି ବାଇକକୁ ମଧ୍ୟ ଜବତ କରିଥିଲା ।
ଏଥିରେ ସଂପୃକ୍ତ ଥିଲା ବିହାର ରାଜ୍ୟ ପାଟଣା ସହର ଅନ୍ତର୍ଗତ ବୈଶାଳୀ ଅଞ୍ଚଳର ଟ୍ରକ ଡ୍ରାଇଭର ପଙ୍କଜ କୁମାର (୨୫), ହେଲପର ସନ୍ତୋଷ ଭଗତ (୪୦) ଓ ଅଡବା ଥାନା ଅଞ୍ଚଳର ଆଦି ନାୟକ(୨୧), ପ୍ରଦୀପ ନାୟକ(୩୫), ରେଜିସ ନାୟକ (୫୫) କ୍ରିଶାନ୍ତ ନାୟକ (୨୫) କୁ ଗିରଫ କରିଥିଲା। ସମସ୍ତ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଖାରିଗୁଡ଼ା ପଞ୍ଚାୟତର ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ଗଞ୍ଜେଇ ସଂଗୃହୀତ ହୋଇ ବିହାର ରାଜ୍ୟକୁ ଚାଲାଣ ହେଉଥିଲା ବୋଲି ଏସଆଇ ହୃଷିକେଶ ପଣ୍ଡା କହିଛନ୍ତି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ ବୋଲି ଥାନା ଆଇଆଇସି କହିଛନ୍ତି । (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result