No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବାଙ୍କୀ :- ବାଙ୍କୀର ସର୍ବପୁରାତ ଉଚ୍ଚ ବିଦ୍ୟାଳୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ମୋ ସ୍କୁଲ ବୈଠକ କୋଭିଡ ନିୟମ ପାଳନ ଅନୁଯାୟୀ ଆଜି ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୋ ସ୍କୁଲ ସଭାପତି ଆଇନଜୀବି ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଆଗାମୀ ଦିନରେ ପୂର୍ବତନ ଛାତ୍ରମାନଙ୍କୁ ସଂଗଠିତ କରି ବିଦ୍ୟାଳୟର ଉନ୍ନତି ପାଇଁ କାର୍ଯ୍ୟକରିବାକୁ ସ୍ଥିର କରାଯାଇଛି । ଏନ୍.ଏ.ସି ତରଫରୁ ବିଦ୍ୟାପୀଠ ପରିସରରେ ତିଆରି ହେବାକୁ ଥିବା ପାର୍କ ସମ୍ବନ୍ଧରେ ଆଲୋଚନା କରାଯାଇ ଏଥିରେ ଆବଶ୍ୟକ କାର୍ଯ୍ୟ ପ୍ରଧାନ ଶିକ୍ଷକ ଦେବାଶିଷ ହାଜେରାଙ୍କ ଏମ୍.ୟୁ.ରେ ଦସ୍ତଖତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଖେଳ ପଡ଼ିଆର ପୂର୍ବ ପାଶ୍ୱର୍ରେ ଥିବା ସ୍ଥାନରେ ଭଲିବଲ୍ , ବାସ୍କେଟବଲ୍, କବାଡ଼ି ଓ ଖୋ – ଖୋ ଆଦି ଖେଳ ପାଇଁ କୋର୍ଟ ପ୍ରସ୍ତୁତ କରିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ସଭ୍ୟ ଇଂ.ସତ୍ୟବ୍ରତ ରଥ, ଡାକ୍ତର ଶରତ ଚନ୍ଦ୍ର ସ୍ୱାଇଁ, ଆଇନଜୀବି ସନ୍ତୋଷ କୁମାର ରଣା, ଶିବପ୍ରସାଦ ପାଢ଼ୀ, ସମରେନ୍ଦ୍ର ମହାପାତ୍ର, ସନାତନ ବେହେରା, ବଳଭଦ୍ର ପଣ୍ଡା, ଗୌତମ ମିଶ୍ର, ବିଭୂତି ଭୂଷଣ ସାହୁ, ଅକ୍ଷୟ କୁମାର ଶତପଥୀ, ମନୋଜ କୁମାର ମଙ୍ଗୁଆଳଙ୍କ ସମେତ ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର, କାହ୍ନୁଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
No Result
View All Result