No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବାଙ୍କୀ :- ସରକାର ମଠ ମନ୍ଦିରକୁ ସୁରକ୍ଷା ଯୋଗାଇ ଦେଇ ଆସୁଥିବା ବେଳେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ରହିଥିବା ୪୦ବର୍ଷ ତଳର ରେଣୁକା ଶୂନ୍ୟ ଆଶ୍ରମ ମଠକୁ ଉଚ୍ଛେଦ କରି ସେଠାରେ ଇନ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ଏହାର ପ୍ରତିବାଦ କରି ରେଣାକୁ ଆଶ୍ରମର ଶତାଧିକ ସାଧୁସନ୍ଥ ବାଙ୍କୀ ମୁଖ୍ୟ ବଜାର ଦେଇ ଏକ ବିରାଟ ଶୋଭାଯାତ୍ରାରେ ଯାଇ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏ ସଂପର୍କରେ ସାଧୁସନ୍ଥମାନଙ୍କ ତରଫରୁ ବାବୁଲି ଦାସ, ନୀଳମଣି ଦାସ, ସନ୍ତୋଷ ଦାସ ଏକ ସ୍ମାରକପତ୍ର ବାଙ୍କୀ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଯଦି ଏହି ମଠ ଉଚ୍ଛେଦ ପ୍ରକ୍ରିୟାରୁ ବାଙ୍କୀ ପ୍ରଶାସନ ନିବୃତ୍ତ ନରୁହନ୍ତି ତେବେ ମଠ ମନ୍ଦିରକୁ ସୁରକ୍ଷା ଦେବାକୁ ଯାଇ ସାରା ରାଜ୍ୟରେ ରହିଥିବା ଶହ ଶହ ସାଧୁସନ୍ଥ ଏଠାରେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିବେ ।

ସାଧୁସନ୍ଥଙ୍କ ଦାବୀକୁ ସମର୍ଥନ କରି ବାଙ୍କୀର ପୂର୍ବତନ ବିଧାୟକ ଡଃ.ଦେବାଶିଷ ପଟ୍ଟନାୟକ ଓ ବାଙ୍କୀ ନଗର ବିଜେପି ସଭାପତି ସଂଜୟ ରଣା ସାଧୁସନ୍ଥମାନଙ୍କ ସହିତ ସାମିଲ ହୋଇ ରାଜ୍ୟ ସରକାର ତଥା ବାଙ୍କୀ ପ୍ରଶାସନ ମଠ ଉଚ୍ଛେଦ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବୀ କରିଥିଲେ । ସୂଚନା ଯୋଗ୍ୟ ଏହି ରେଣୁକା ମଠ ଠାରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ସମୟରେ ଆଶ୍ରମ ମଧ୍ୟରେ ପ୍ରଭୁଙ୍କୁ ପାତାଳି କରାଯାଇଛି । ଜଗନ୍ନାଥ ମହାପ୍ରଭୁ ଯେ କି ସମଗ୍ର ବିଶ୍ୱର ଅରୋଗ୍ୟ ଦେବତା ତାଙ୍କର ଏହି ଆଶ୍ରମଟି କୋଇଲି ବୈକୁଣ୍ଠ ଅଟେ । ଏହି ସ୍ମାରକପତ୍ରର ନକଲ ମାନ୍ୟବର ରାଜ୍ୟପାଳ , ମୁଖ୍ୟ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।
No Result
View All Result