No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ଅଲିମ୍ପିକରେ ହକିରେ ଭାରତ ଟିମ ପାଇଛି ଅପୂର୍ବ ସଫଳତା । ସେହି ଭଳି ମହିଳା ହକି ମଧ୍ୟ ସେମାଙ୍କର ପାରିଦର୍ଶିତା ଦେଖାଇଛନ୍ତି. । ହକିରେ ଏହି ସଫଳତା ପରେ ହକିର ପ୍ରଯୋଯକ ଥିବା ଓଡିଶା ଅଧିକ ଉସାôହିତ ହୋଇପଡିଥିଲା । ଯାହାଫଳରେ ଓଡିଶା ସରକାର କ୍ରୀଡାରେ ଭିତିଭୂମିର ଉନ୍ନତି ପାଇଁ ଦେଇଥିଲେ ମାଷ୍ଟର ଷ୍ଟେକ ।ରାଜ୍ୟ ସାରା ୮୯ ଟି ଇନ ଡୋରଷ୍ଟାଡିଅମ ନିର୍ମାଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ସେଥି ମଧ୍ୟରୁ ରଣପୁର ଏନଏସିରେ ଗୋଟିଏ ନିର୍ମାଣ ହେବ । ୬ କୋଟି ୫୫ ଲକ୍ଷ୍ୟ ଟଙ୍କା ବ୍ୟୟରେ ୯ ଏକର ଜମିରେ ଏହା ନିର୍ମାଣ କରାଯିବ ।ଏହିଥିରେ ବ୍ୟାଡମିଟନ ,ଟେବୁଲଟେନିସ, ଭାରୋତଳନ ସୁବିଧା ରହିବ ।
ଏହା ସହ ବନ୍ୟା ଓ ବାତ୍ୟା ସମୟରେ ଏହା ବହୁମୁଖି କାର୍ଯ୍ୟରେ ଆସିବ ।କିଛି ଦିନ ତଳେ ସ୍ଥାନୀୟ ମିନି ଷ୍ଟାଡିଅମରେ ମୂଖ୍ୟମନ୍ତ୍ରୀ କୁ ଶୁଭେଛା ଜଣାଇ ଏକ କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା ।କିନ୍ତୁ ଷ୍ଟାଡିଅମ ପାଇଁ ଜମି ଏବେ ମୁଖ୍ୟ ସମସ୍ୟା ଭାବରେ ଦେଖାଦେଇଛି । ରଣପୁର ଜେଲ ସମୁଖରେ ଏକ ଜମି ଥିବା ବେଳେ ସେଠାରେ ଇଣ୍ଡୋଷ୍ଟାଡିଅମ ନିର୍ମାଣ କୁ କ୍ରୀଡାବିତ ମାନେ ବିରୋଧ କରିଛନ୍ତି । ସେହି ଭଳି ରଣପୁର ପୃତ ବିଭାଗ ବଙ୍ଗଳା ପାଖେ ଏକ ଜମି ଥିବା ବେଳେ ସେଠାରେ ନିର୍ମାଣ ପାଇଁ କେତେକ ମତ ଦେଉଥିବା ବେଳେ ସେଠାରେ ୯ ଏକର ଜମି ନଥିବା ବେଳେ କିଛି ଜମି ପଶୁ ବିଭାଗ ନାମରେ ଥିବା ଜଣାଯାଇଛି ।
ସେହି ଭଳି ରଣପୁର ମିନି ଷ୍ଟାଡିଅମ ସମୁଖରେ ଓ ବନବିଭାଗ ନିକଟରେ ଥିବା ୯ ଏକର ଜମି ଚିହ୍ନଟ ହୋଇଛି । ଏଠାରେ ଇନ ଡୋରଷ୍ଟାଡିଅମ କରିବା ପାଇଁ ବହୁ କ୍ରୀଡାବିତ ମତ ଦେଇଛନ୍ତି । କିନ୍ତୁ ସମସ୍ୟା ହେଇଛି ଜମିର ମାଲିକାନାରେ । ଏହି ଜମିର କିଛି ଅଂଶ ରାଜସ୍ୱ ବିଭାଗ ନାମରେ ଥିବାରୁ ଷ୍ଟାଡିଅମ କରିବାରେ ପ୍ରତିବନ୍ଦକ ଦେଖାଦେଇଛି । ଏହି ଜମିକୁ ରାଜସ୍ୱ ବିଭାଗ ତରଫରୁ ଏନଏ ସି କୁ ସ୍ଥାନାନ୍ତରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଛନ୍ତି ।
No Result
View All Result