No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ରଣପୁର ପୋଲିସ୍ ଏକ ଦୁର୍ଦାନ୍ତ ଙ୍କୁ ଆଜି ଗିରଫ କରିଛି । ୨୦୧୮ ମସିହାରେ ସୁନାଖଳା ମେଡ଼ିକାଲ ଛକ ସମ୍ମୁଖରେ ଏକ ବୋମା ବିସ୍ଫୋରଣ ଘଟିଥିଲା ଓ ସେହି କେସ୍ ରେ ଜଣଙ୍କୁ ମର୍ଡର କରାଯାଇଥିଲା । ତେବେ ସେହି କାଣ୍ଡ ରେ ରବି ଦୋରା ସମ୍ପୃକ୍ତ ଥିବା ଜଣାଯାଇଛି ଯାହାକୁ ଶନିବାର ରଣପୁର ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଥିବା ସୂଚନା ନୁସାରେ ସେ କେସ ର ତଦନ୍ତ କାରାଯାଇଥିଲେ ହେଁ ଅଭିଯୁକ୍ତ କୁ ଗିରଫ କରାଯାଇନଥିଲା ଯାହାକୁ ଆଜି ରଣପୁର ପୋଲିସ କାବୁ କରିଛି ।
ଏତଦବ୍ୟତୀତ ତା ନାଁ ରେ ଖୋର୍ଦ୍ଧା , ନୟାଗଡ଼ ଜିଲ୍ଲାରେ ୧୪ ଟି ମାମଲା ରହିଥିବା ଜଣାପଡିଛି ଯାହାକୁ ନେଇ ରଣପୁର ଥାନା ଆଇ ଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଓ ଅନ୍ୟ ଅଧିକାରୀ ଙ୍କ ସହଯୋଗ ରେ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜି ଆର ୧୯୧/୧୮ ରେ ଅନୁସାରେ ମାମଲା ଟି ରୁଜ୍ଜୁ କରି ଜେଲ ପଠାଇଛି ପୋଲିସ ।
No Result
View All Result