No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ କଳିଙ୍ଗ ଗ୍ରାମ ରେ କଂଗ୍ରେସ ଦଳ ରଏକ କର୍ମୀ ସମିଳନି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଥିଲା,ପ୍ରଥମେ ଜିରାଙ୍ଗ ଗ୍ରାମ ଠାରେ ଶତାଧିକ କଂଗ୍ରେସ କର୍ମୀ ,ମାନ୍ୟବର ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଙ୍କୁ ଫୁଲ ତୋଡା ଦେଇ ବାଜା ଢୋଲ ବଜାଇ ସ୍ୱାଗତ କରିଥିଲେ।ସେଠାରୁ ପ୍ରତେକ ଗ୍ରାମ ଠାରେ ତାଙ୍କୁ ପୃଥକ ପୃଥକ ଭାବେ କଂଗ୍ରେସ କର୍ମୀ ମାନେ ସ୍ୱାଗତ ଜଣାଇଥିଲେ ।ପ୍ରଥମ ଥର କରି ଆସିଥିବା ରାଜ୍ୟ କୃଷି ସେଲ ର ସଭାପତି ରଶ୍ମିରଞ୍ଜନ ପଟନାୟକ ଆସିଥିବା ରୁ ତାଙ୍କୁ ଦେଖିବା ପାଇଁ ଏବଂ ତାଙ୍କୁ ମିଶିବା ପାଇଁ ବହୁ କଂଗ୍ରେସ ସମର୍ଥକ ଉତ୍ସାହର ସହ ଆସିଥିଲେ ।

ଏହି ସଭା କାର୍ଯ୍ୟକ୍ରମ କୁ କଳିଙ୍ଗ ଗ୍ରାମ ସହ ଆଖ ପାଖ ୧୦ ଗୋଟି ଗ୍ରାମ ର କଂଗ୍ରେସ କର୍ମୀ ମିଶି ଆୟୋଜିତ କରିଥିଲେ।ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶେଷ ରେ ସ୍ଥାନୀୟ ଶତାଧିକ ବିଜେପି ଓ ବିଜେଡି କର୍ମୀ,ମହନା ବିଧାୟକଏବଂ କଂଗ୍ରେସ ଦଳର ନୀତି ରେ ଉତ୍ସାହିତ ହୋଇ କଂଗ୍ରେସ ଦଳ ରେ ଯୋଗ ଦେଲେ । ସେମାନଙ୍କୁ ଉପଢୌକନ ଓ ଫୁଲ ତୋଡା ଦେଇ ସ୍ୱାଗତ କରାଯାଇଥିଲା । ବିଧାୟକଶ୍ରୀଗୋମାଙ୍ଗଙ୍କ ବିଭିନ୍ନ ଉନ୍ନୟନ ମୂଳକ କର୍ଯ୍ୟ ହାତକୁ ନେଇଥିବା ଜଗୁ ଗ୍ରାମ ବାସି ବିଧାୟକ ଙ୍କୁ ସାଧୁବାଦ ଜଣାଇଥିଲେ, ଦୀର୍ଘଦିନ ହେବ କଳିଙ୍ଗ ଗ୍ରାମ କୁ ସଡ଼କ ନଥିଲା ,ବର୍ତ୍ତମାନ କାର୍ଯ୍ୟ ଚାଲୁରହିଛି,ଏହାର ସମୀକ୍ଷା ମଧ୍ୟ ବିଧାୟକ କରିଛନ୍ତି,ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁଠିକାଦାର ଓ ବିଭାଗୀୟ

ଅଧିକାରୀଙ୍କୁ କହିଛନ୍ତି।ଆଗାମୀ ଦିନ ରେ ଆହୁରି ଅନେକ ଉନ୍ନତମୂଳକ କର୍ଯ୍ୟ କରିବେ ବୋଲି ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଅଟକି ରହିଥି ହିତାଧିକାରୀଙ୍କ ଙ୍କୁ ତୁରନ୍ତ ଆବାସିକ ଯୋଜନା ଯୋଗାଇଦେବେ ବୋଲି କହିଛନ୍ତି।ସେହିଭଳି କୃଷକ ସେଲ ର ସଭାପତି ଶ୍ରୀ ପଟ୍ଟନାୟକ କିହିଛନ୍ତି ଯଦି ସିଏ ଆଗାମୀ ନିର୍ବାଚନ ରେ ସାଂସଦ ପ୍ରାଥୀ ହୁଅନ୍ତି ଓ ନିର୍ବାଚିତ ହୁଅନ୍ତି ତା ହେଲେ ସେ ପ୍ରଥମେ କୃଷି ଉପରେ ମୁଖ୍ୟତ୍ୱ ଗୁରୁତ୍ୱ ଦେଇ ଏହି ଅଞ୍ଚଳରେ ଅଙ୍ଗୁର,ଏପୁଲ,ବିଭିନ୍ନ ପ୍ରକାଶ ଚାଷ ସହ କୋଲଡ଼ ଷ୍ଟୋର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ପୌର ଉପାଧ୍ୟକ୍ଷ ସଞ୍ଜୟ ଅଧିକାରୀ,ଅଭିମନ୍ୟୁ ପଣ୍ଡା ଯୁବ ଆଦିବାସୀ ନେତା ତଥା ଗୁମା କଂଗ୍ରେସ ବ୍ଲକ ସଭାପତି ବେର୍ନିକ ଗମାଙ୍ଗ,କୁନା ମାଝୀ, ତ୍ରିନାଥ ପାତ୍ର,ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ
No Result
View All Result